ଏମିତି ସାଙ୍ଗ ଜଗତେ ନାହିଁ । ସାଙ୍ଗକୁ ବଞ୍ଚାଇବାକୁ ଯାଇ ସାଙ୍ଗ ମୃତ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ବଡ଼ପଦନା ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ଶୁଭମ ସାହୁ । ପଦନା ଗାଁର ଶୁଭମ ଓ ମାନସ ଅନ୍ଧାରୀ ଗାଁର ଅନ୍ୟଜଣେ ସାଙ୍ଗ ଘରକୁ ଜନ୍ମଦିନ ଭୋଜି ଖାଇବାକୁ ଯାଇଥିଲେ । ଛାତ ଉପରେ ଭୋଜି ଚାଲିଥିବାବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ମାନସ । ତାଙ୍କୁ ବଂଚାଇବାକୁ ଯାଇଥିବାବେଳେ ଶୁଭମଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଗୁରୁତର ଶୁଭମଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଶୁଭମଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।