ସାତ ବର୍ଷ ଶିଶୁକୁ ଅପହରଣ ପରେ ଗଳା କାଟି ହତ୍ୟା By Swadhikar News Last updated Mar 7, 2026 ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ଚାଟିକଣା ଅଞ୍ଚଳର ଗୋଟିଏ ୫ ବର୍ଷ ଶିଶୁକୁଅପହରଣପରେ ଗଳା କାଟି ହତ୍ୟା କରା ଯାଇଥିବା ଭଳି ଚଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି Iସୂଚନାରୁ ଜଣାପଡିଛି ଚାଟିକଣା ସ୍ଥିତ ପୁରୁଣା ଷ୍ଟେସନ ସାହିର ପୁରୁଷୋତ୍ତମ ଗନ୍ତାୟତଙ୍କ ୫ ବର୍ଷ ପୁଅ ଋଷି ଗନ୍ତାୟତକୁ କେହି ଜଣେ ଅପହରଣ କରିଥିଲା I ଏନେଇ ପୁରୁଷୋତ୍ତମ ଗନ୍ତାୟତଙ୍କ ସଂପର୍କୀୟଙ୍କୁ ଅଜଣା ନମ୍ବରରୁ ମେସେଜ ଆସିଥିଲା ଯେ ଟଙ୍କା ଦେଲେ ଋଷିକୁ ପାଇବ I ଏନେଇ ପୁଲିସକୁ କିମ୍ବା କାହାକୁ ଜଣାଇଲେ ସ୍ଥିତି ଖରାପ ହେବ I ପରିବାର ବର୍ଗ ଓ ସମ୍ପର୍କୀୟ ଆଜି ଦିନ ସାରା ଖୋଜାଖୋଜି କରୁଥିଲେI କିନ୍ତୁ ଏବେ ବିଳମ୍ବିତ ରାତ୍ରିରେ ଋଷିକୁ ହତ୍ୟା କରି ଗୋଟିଏ ବସ୍ତାରେ ବନ୍ଧା ହୋଇ ମୃତଦେହକୁ ଘର ପଛରେ ଫିଙ୍ଗା ହୋଇଥିବା ପାଇଥିଲେI ସାଇଣ୍ଟିଫିକ ଟିମ୍ ଆସିଲା ପରେ ତଦନ୍ତ ଜାରି ରହିବ ପୁଲିସକୁ ଏ ନେଇ ସୂଚନା ଦେଲା ପରେ ଘଟଣା ସ୍ଥଳକୁ ବିଷମକଟକ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି I ବିଷମକଟକ ଆଇ ଆଇ ସି ସମର୍ପିତା ସ୍ୱାଇଁ ରାତି ହୋଇଥିବାରୁ ବିଶେଷ ତଥ୍ୟ ମିଳି ପାରି ନାହିଁ ସକାଳୁ ସାଇଣ୍ଟିଫିକ ଟିମ୍ ଆସିଲା ପରେ ତଦନ୍ତ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି I ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତ ସମ୍ପର୍କୀୟକୁ ପୁଲିସ ଅଟକ ରଖିଥିବା ଜଣାପଡିଛି I swadhikarswadhikar news Share