ସୁପ୍ରିମକୋର୍ଟର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ବିଆର ଗୱାଇ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ଜଷ୍ଟିସ୍ ବି.ଆର୍. ଗୱାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ହୋଇଥିଲା । ସେ ୧୬ ମାର୍ଚ୍ଚ ୧୯୮୫ରେ ବାରରେ ଯୋଗ ଦେଇଥିଲେ। ଦେଶର ସର୍ବୋଚ୍ଚ ନ୍ୟାୟିକ ପଦବୀକୁ ଆରୋହଣ କରିବାରେ ପ୍ରଥମ ବୌଦ୍ଧ ଏବଂ ଅନୁସୂଚିତ ଜାତିରୁ ଏକମାତ୍ର ଦ୍ୱିତୀୟ ବିଚାରପତି ହୋଇଛନ୍ତି । ତାଙ୍କର ପଦୋନ୍ନତି ଐତିହାସିକ ଏବଂ ପ୍ରତୀକାତ୍ମକ, ନ୍ୟାୟପାଳିକା ଦ୍ୱାରା ବଜାୟ ରହିଥିବା ଅନ୍ତର୍ଭୁକ୍ତି ଏବଂ ସାମ୍ବିଧାନିକ ନୈତିକତାର ମୂଲ୍ୟବୋଧକୁ ପ୍ରତିନିଧିତ୍ୱ କରୁଛି। ଅନେକ ଗୁରୁତ୍ୱପୂର୍ଣ୍ଣ ଖଣ୍ଡପୀଠର ଅଂଶ ହେବା ସହିତ ସେ ବହୁ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ନଭେମ୍ବର ୨୩ ତାରିଖ ଯାଏ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ ଜଷ୍ଟିସ୍ ବିଆର ଗୱାଇ ।
ନୂଆ ପ୍ରଧାନ ବିଚାରପତି
- ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ଜନ୍ମଗ୍ରହଣ
- ୧୬ ମାର୍ଚ୍ଚ ୧୯୮୫ରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ
- ସର୍ବୋଚ୍ଚ ନ୍ୟାୟିକ ପଦବୀରେ ନିଯୁକ୍ତ ହେବାରେ ପ୍ରଥମ ବୌଦ୍ଧ ଧର୍ମାବଲମ୍ବୀ
- ଅନୁସୂଚିତ ଜାତିରୁ ଦ୍ୱିତୀୟ ପ୍ରଧାନ ବିଚାରପତି
- ଗୁରୁତ୍ବପୂର୍ଣ୍ଣ ଖଣ୍ଡପୀଠରେ ରହି ଶୁଣାଇଛନ୍ତି ଐତିହାସିକ ରାୟ
- ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଛେଦ୍ଦ ସପକ୍ଷରେ ରାୟ
- ନିର୍ବାଚନୀ ବଣ୍ଡ ଯୋଜନାକୁ ବନ୍ଦ କରିବା
- ୨୦୧୬ ବିମୁଦ୍ରୀକରଣ ପଦକ୍ଷେପକୁ ବଜାୟ ରଖିବା
- ମନି ଲଣ୍ଡରିଂ ମାମଲାରେ ଆପ ନେତା ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ
- ମୋଦୀ ଉପନାମ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ଦୋଷୀ ସାବ୍ୟସ୍ତକୁ ସ୍ଥଗିତ
- ଗୋଧ୍ରା ଦଙ୍ଗା ସହିତ ଜଡିତ ମାମଲାରେ ଅତୁଲ ସେତଲଭାଡଙ୍କୁ ନିୟମିତ ଜାମିନ ପ୍ରଦାନ