Odia News Portal

ସେବାୟତ ଅନଧିକୃତ ନୁହଁନ୍ତି:  ଆଇନ ମନ୍ତ୍ରୀ

ସେବାୟତ ବନ୍ଧୁଙ୍କ କିଛି କଥା ଥିଲା ।  ଆଡପମଣ୍ଡପ ବିଜେ ଦିନ ସେମାନେ କହିବାକୁ ଚାହୁଥିଲେ । ସେବାୟତଙ୍କ ସମସ୍ୟା ଉପରେ ଆଲୋଚନା ହୋଇଛି ।  ପ୍ରତି ୩ ମାସରେ ପ୍ରମୁଖ ସେବାୟତଙ୍କ ସହ ଆଲୋଚନା ହେବ ।  ଆଗକୁ ସେବକ ଗୁରୁକୂଳ, ଜମିଜମା ସମସ୍ୟା ସମାଧାନ ହେବ । ମନ୍ଦିର ସଂସ୍କାର କାଯ୍ୟକ୍ରମଗୁଡିକ ଆଗକୁ ନିଆଯିବ । ରଥଯାତ୍ର ବେଳେ  କିଛି ସେବାୟତଙ୍କୁ କୁହାଯାଉଥିଲା ।  ସେବାୟତଙ୍କ ଅଧିକାର ଅଛି ମହାପ୍ରଭୁଙ୍କ ଦର୍ଶନ କରିବା । ସେବାୟତମାନେ କେହି ଅନଧିକୃତ ନୁହଁନ୍ତି ।  ଅନଧିକୃତ ଭାବେ କେହି ରଥକୁ ଚଢିନଥିଲେ ।  କୌଣସି କଷ୍ଟ ହୋଇଥଲେ ଆମେ କ୍ଷମାପ୍ରାର୍ଥୀ । ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ସେମିତି କିଛି କହିନାହାନ୍ତି ।  ଆଗକୁ ସମସ୍ତ ନୀତି ଶୃଙ୍ଖଳିତ କରାଯିବାକୁ ଗୁରୁତ୍ୱ ଦିଆଯାଇଛି । ବରିଷ୍ଠ ସେବାୟତଙ୍କ ସହ ଆଜି ଆଲୋଚନା କରାଯିବ ।  ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ବୈଠକ ପରେ ଏନେଇ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି ।