ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ । ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଛାଡ଼ିବା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ପୋଷ୍ଟରେ ଲେଖିଛନ୍ତି “ପ୍ଲାଟଫର୍ମରେ ମୋର ଉପସ୍ଥିତି ସବୁବେଳେ ସରଳ ନୀତି ଉପରେ ଆଧାରିତ ଥିଲା । ବ୍ୟକ୍ତିଗତ, ସକରାତ୍ମକ ଓ ଗଠନମୂଳକ ଚିନ୍ତାଧାରା ବାଣ୍ଟିବା । ମୁଁ ସଚେତନ ନାଗରିକ ଭାବରେ ସବୁବେଳେ ନକାରାତ୍ମକ କଥାଠାରୁ ଦୂରେଇ ରୁହେ । କିନ୍ତୁ, ନିକଟରେ କିଛି ମନ୍ତବ୍ୟ ମୋ ନଜରକୁ ଆସିଛି ଯାହା ଅତି ଅଶୋଭନୀୟ । ଏଭଳି ନକାରାତ୍ମକ କଥାକୁ ଗୁରୁତ୍ୱ ଦେଇ ନିଜର ଲକ୍ଷ୍ୟ ଓ ସକରାତ୍ମକତାରୁ ଦୂରେଇ ଯିବା ଅପେକ୍ଷା, ମୁଁ କିଛି ସମୟ ପାଇଁ Xରୁ ଦୂରେଇ ରହିବାକୁ ସ୍ଥିର କରିଛି । ଏଭଳି ଲୋକଙ୍କୁ ଭଲ ଚିନ୍ତାଧାରା, ସହାନୁଭୂତି ଓ ସଦଜ୍ଞାନ ଦେବାକୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି ।
