ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ରାଜ କୋଷରୁ କୋଟି କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ସ୍କୁଲ ନିର୍ମାଣ କରାଯାଉଛି।ମାତ୍ର ପରବର୍ତି ପରିସ୍ଥିତିରେ ସେ ସବୁର ରକ୍ଷଣାବେକ୍ଷଣ ଅଭାବରୁ ତାହାର ଭୟଙ୍କର ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳାପାଞ୍ଚଣ ଗ୍ରାମ ପଂଚାୟତ ଅଧିନସ୍ଥ ଠାକୁର ପାଟଣାରେ ଥିବା ରତ୍ନପୀର ବିଦ୍ୟାନିକେତନର ଅଷ୍ଟମ ଶ୍ରେଣୀ ପରୀକ୍ଷା ଆରମ୍ଭ ପୂର୍ବରୁ ଶ୍ରେଣୀ ଗୃହ ଛାତରୁ ଆଜି ଏକ ଫ୍ୟାନ ଖସି ୨ଜଣ ଅଷ୍ଟମ ଶ୍ରେଣୀ ଛାତ୍ରୀ ଆହତ ହୋଇଥିବା ଜଣାପଡିଛି।ଆଜି ଅଷ୍ଟମ ଶ୍ରେଣୀ ପରୀକ୍ଷା ଚାଲୁଥିବା ବେଳେ କୌଣସି କାରଣ ବସତ ଛାତରୁ ଏକ ଫ୍ୟାନ ଖସି ପଡିଥିଲା।ପରୀକ୍ଷା ଦେବାକୁ ବସିଥିବା ଛାତ୍ରୀ ଖୁସବୁ ବେଗମ(୧୪) ଓ ଆଇଶା ଜାନ୍ (୧୪)ଙ୍କ ଉପରେ ପଡ଼ିବାରୁ ଛାତ୍ରୀ ଦୁଇଜଣ ଆହତ ହୋଇଥିଲେ।ଆହତ ଛାତ୍ରୀଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ ଓ ସେମାନଙ୍କ ଅଭିଭାବକମାନେ ଚିକିତ୍ସା ପାଇଁ ଚାରିଛକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।ଫ୍ୟାନଟି ଖସି ପଡିବାରୁ ଫ୍ୟାନର ପତ୍ର ଖୁସୁବ ବେଗମ କାନରେ ବାଜି କାନର କିଛି ଅଂଶ କଟିଯାଇଥିବା ବେଳେ ଅନ୍ୟ ଛାତ୍ରୀ ଆଇଶା ଜାନଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଫଳରେ ମୁଣ୍ଡ ଫାଟିଯାଇଥିଲା।ଏ ସମ୍ପର୍କରେ ସ୍କୁଲର ପ୍ରଧାନ ଶିକ୍ଷକ ଝାଟି ମହାରଣାଙ୍କୁ ପଚାରିବାରୁ ଫ୍ୟାନଟି ଖରାପ ଥିଲା କହିବା ସହ ପିଲାଙ୍କୁ ଫ୍ୟାନ ଚଳାଇବାକୁ ବାରଣ କରାଯାଇଥିଲା କିନ୍ତୁ ଆଜି ସେହି ଫ୍ୟାନଟିକୁ ପିଲାମାନେ ଚଳାଇବାରୁ ଫ୍ୟାନଟି ଖସିପଡି ୨ଜଣ ଛାତ୍ରୀ ଆହତ ହୋଇଥିଲେ।ଆହତ ଛାତ୍ରୀ ଦୁଇଜଣଙ୍କୁ ଚିକିତ୍ସା ପରେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି।ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଦ୍ବିତୀକାନ୍ତ ପ୍ରଧାନଙ୍କୁ ପଚାରିବାରେ ସେ କହିଥିଲେ ଯେ ଏହି ଘଟଣା ମୋ ନଜରକୁ ଆସିବା ପରେ ମୁଁ ତୁରନ୍ତ ସିଆରସିସିଙ୍କୁ ଘଟଣା ସମ୍ପର୍କରେ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛି।
