Odia News Portal

ସ୍ତ୍ରୀକୁ ଜୀବନ୍ତ ଜାଳିଦେଲା ସ୍ୱାମୀ

ସ୍ତ୍ରୀକୁ ଜୀବନ୍ତ ଜାଳିଦେଲା ସ୍ୱାମୀ। ହସପିଟାଲରେ ଜୀବନ ସହ ସଂଗ୍ରାମ କରି ଚାଲିଗଲା ଜୀବନ। ମହାରାଷ୍ଟ୍ରର ଥାଣେ ଜିଲ୍ଲା ଡୋମବିଭିଲି ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣ ହେଉଛନ୍ତି ୩୫ ବର୍ଷୀୟ ପ୍ରୀତି ପାଟିଲ । ତାଙ୍କର ଦୁଇ ଜଣ ଝିଅ ସମୀରା(୧୪) ଓ ସମୀକ୍ଷା(୧୧) ମଧ୍ୟ ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି। ଉଭୟ ୯୦ ପ୍ରତିଶତ ପୋଡ଼ି ହୋଇଥିବା ଜଣାପଡ଼ିଛି। ମହିଳାଙ୍କ ସ୍ୱାମୀ ପ୍ରସାଦ ପାଟିଲ ମଧ୍ୟ ନିଆଁରେ ପୋଡ଼ି ହୋଇ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳେ ପରିବାର ସହ ରହୁଥିବା ପ୍ରତି ପାଟିଲଙ୍କ ଘରେ ନିଆଁ ଲାଗିଥିଲା। ଅଭିଯୁକ୍ତ ସ୍ୱାମୀ ଏହି ଘରେ ନିଆଁ ଲଗାଇ ଦେଇଥିଲେ। ସମ୍ପୃକ୍ତ ସ୍ୱାମୀ ତଥା ପ୍ରସାଦଙ୍କର ଅନ୍ୟ ମହିଳା ସହ ପରକିୟା ପ୍ରୀତି ସମ୍ପର୍କ ରହିଥିଲା। ଏଥିପାଇଁ ସେ ନିଜ ପତ୍ନୀ ଏବଂ ୨ ଝିଅଙ୍କୁ ବାରମ୍ବାର ନିର‌୍ୟାତନା ଦେଇ ଆସୁଥିଲେ। ଯାହାକୁ ପରିବାର ଲୋକେ ବିରୋଧ କରି ଆସୁଥିଲେ। ଏହାକୁ ନେଇ ପାରିବାରିକ କଳହ ଲାଗି ରହିଥିବା ବେଳେ ପରିବାର ସଦସ୍ୟଙ୍କୁ ଜୀବନରୁ ଶେଷ କରିଦେବାକୁ ଯୋଜନା ପାଞ୍ଚିଥିଲେ ପ୍ରସାଦ। ଆଉ ସମସ୍ତେ ଶୋଇଥିବା ବେଳେ ପ୍ରସାଦ ସେହି ଘରେ ନିଆଁ ଲଗାଇ ଦେଇଥିଲେ। ପରେ ଦୁଇ ଝିଅ ସହ ପତ୍ନୀଙ୍କୁ ଗୁରତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା।