ଗଞ୍ଜାମ ଜିଲ୍ଲା ଧରାକୋଟରେ ହତ୍ୟାକାଣ୍ଡ । ପାରିବାରିକ କଳହକୁ ନେଇ ସ୍ବାମୀକୁ ହତ୍ୟା କରିଛି ସ୍ତ୍ରୀ । ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବାକୁ ସ୍ତ୍ରୀ ଉଦ୍ୟମ କରିଥିଲା । ଖବର ପାଇ ଘଟଣାସ୍ଥଳରେ ଧରାକୋଟ ପୁଲିସ ପହଞ୍ଚି ମୃତଦେହ ଜବତ କରି ସ୍ତ୍ରୀକୁ ଅଟକ ରଖିଛି । ଧରାକୋଟ ଥାନା ମୁଣ୍ଡମରାଇ ଗାଁରୁ ଆସିଛି ଏହି ଖବର ।
ମୃତକ ହେଉଛନ୍ତି ଅମର ନାୟକ । ସୂଚନା ଅନୁସାରେ, ସବୁବେଳେ ଅମର ଓ ସ୍ତ୍ରୀ ଅଞ୍ଜନାଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ଝଗଡା ଉଗ୍ର ରୂପ ନେଇଥିଲା । ଶେଷରେ ସ୍ତ୍ରୀ ଅଞ୍ଜନା ଉତକ୍ଷିପ୍ତ ହୋଇ ସ୍ୱାମୀ ଅମରକୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।