Odia News Portal

ହୀରାକୁଦ ଜଳଭଣ୍ଡାରର ଦୁଇଟି ସୁଇସ ଗେଟ୍ ବନ୍ଦ କରାଯାଇଛି

ହୀରାକୁଦ ଜଳଭଣ୍ଡାରର ଦୁଇଟି ସୁଇସ ଗେଟ୍ ବନ୍ଦ କରାଯାଇଛି । ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିଲା ଆଉ ଆଜି ୨ଟି ଗେଟ୍ ବନ୍ଦ କରାଯିବା ଫଳରେ ୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଉପର ମୁଣ୍ଡରେ ବନ୍ୟାଜଳ ପ୍ରବେଶ କମିଥିବାରୁ ୨ଟି ଗେଟ୍ ବନ୍ଦ କରାଯାଇଛି । ହୀରାକୁଦର ବାମ ପାର୍ଶ୍ଵର ୨ଟି ଏବଂ ଡାହାଣ ପାର୍ଶ୍ଵର ୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି ।

ହୀରାକୁଦରରେ ବନ୍ୟାଜଳ ପ୍ରବେଶ କମୁଛି । ଯେଉଁଥିପାଇଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟ କମୁଛି ଓ ଏହାକୁ ଧ୍ୟାନରେ ରଖି ୨ଟି ସୁଇସ ଗେଟ୍ ବନ୍ଦ କରିବାର ନିଷ୍ପତି ନେଇଛନ୍ତି ହୀରାକୁଦ କତ୍ତୃପକ୍ଷ । ସକାଳ ୯ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୨୬.୦୪ ଫୁଟ ଥିଲା । ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ୬୬ ହଜାର ୨୫୫ କ୍ୟୁସେଜ ଜଳ ପ୍ରବେଶ କରୁଥିବାବେଳେ ୧ ଲକ୍ଷ ୨୮ ହଜାର ୨୨୩ କ୍ୟୁସେଜ ଜଳ ନିଷ୍କାସିତ ହେଉଛି ।