ସେବାୟତଙ୍କ ବିବାଦ ଯୋଗୁ ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । ଅଧାରୁ ଅଟକିଲା ନୀତିକାନ୍ତି। ଦୀର୍ଘ ୧୨ବର୍ଷ ଧରି ବନ୍ଦ ରହିଥିବା ଏହି ପାରମ୍ପରିକ ଯାତ୍ରାକୁ ପୁଣିଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ସେବାୟତଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଯାତ୍ରା ସମ୍ପନ୍ନ ହୋଇପାରିଲା ନାହିଁ । ଯାତ୍ରା ପରମ୍ପରା ଅନୁଯାଇ ମହାପ୍ରଭୁ ଲିଙ୍ଗରାଜ କପିଳଶ୍ୱର ମନ୍ଦିରକୁ ଯାଇପାରିଲେନି ।
ଏନେଇ କପିଳେଶ୍ୱର ମନ୍ଦିରରେ ଗତରାତିରୁ ସମସ୍ତ ନୀତିକାନ୍ତି ବନ୍ଦ ରହିଛି । ଆଜି ସକାଳୁ ଠାକୁରଙ୍କ ମଙ୍ଗଳ ଆଳତୀ, ଅବକାଶ, ମଇଲମ, ତଡ଼ପ ଲାଗି ଆଦି ଆଦି ନୀତି ହୋଇନି। ଖୁଣ୍ଟିଆ ସେବାୟତମାନେ କୌଣସି ନୀତି କରିନଥିବାବେଳେ ମଲିଆମାନେ ମଧ୍ୟ ସେବାକାର୍ଯ୍ୟ କରିନାହାନ୍ତି । ଫଳରେ କପିଳେଶ୍ୱର ଉପାସରେ ରହିଛନ୍ତି । ପ୍ରଶାସନ ନକହିଲା ପର୍ଯ୍ୟନ୍ତ ନୀତିକାନ୍ତି ବନ୍ଦ ରହିବ ବୋଲି କହିଛନ୍ତି ମଲିଆ ସେବାୟତ ।
