ସବୁ ପଜିଟିଜି ଗାଁକୁ ରାସ୍ତା ସଂଯୋଗ ପାଇଁ ଯୋଜନା କରାଯାଇଛି । ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ବଡ ପ୍ଲାନ । ପିଏମ ଜନମନ ଯୋଜନାରେ ଗାଁକୁ ହେବ ରାସ୍ତା । ୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ହେବ ରାସ୍ତା । କାମଆରମ୍ଭ ହୋଇଥିବା ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । ସେହିପରି ଅନ୍ତ୍ୟୋଦୟ ଗୃହ ଯୋଜନାରେ ପକ୍କାଘର ଦେବେ ସରକାର । ପ୍ରତି ପଞ୍ଚାୟତରୁ ୧୦ ହିତାଧିକାରୀଙ୍କୁ ପକ୍କାଘର ମିଳିବ । ସରକାର ହିତାଧିକାରୀଙ୍କୁ ଗୃହ ଯୋଜନାରେ ସାମିଲ କରିବେ ।