Odia News Portal

୧୦ ଡିଗ୍ରୀ ତଳେ ୧୧ ଟି ସ୍ଥାନର ତାପମାତ୍ରା

ଓଡ଼ିଶାର ୧୧ଟି ସ୍ଥାନରେ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ ରହୁଛି ବୋଲି ଜଣାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ଫୁଲବାଣୀ ସବୁଠୁ ଥଣ୍ଡା ସହର । ଏଠାକାର ତାପମାତ୍ର ଥିଲା ୬.୫ ଡିଗ୍ରି ସେଲସିଅସ୍। କଟକରେ ୧୧.୬ ଓ ଭୁବନେଶ୍ୱରରେ ୧୨.୪ ଡିଗ୍ରି ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି।
୧୦ ଡିଗ୍ରି ତାପମାତ୍ରା ତଳେ ଥିବା ସହରଗୁଡ଼ିକ ହେଲା, ଝାରସୁଗୁଡ଼ା ୮.୮, କେନ୍ଦୁଝର ୮.୬, ଦାରିଙ୍ଗବାଡ଼ି ୭.୫, କୋରାପୁଟ ୯.୬ , ସୁନ୍ଦରଗଡ଼ ୭.୫, ଫୁଲବାଣୀ ୬.୫, ଟିଟଲାଗଡ଼ ୮.୩, ଭବାନୀପାଟଣା ୯.୦, ସୋନପୁର ୮.୨ ଡିଗ୍ରି, ହୀରାକୁଦ୯.୫, ଓ ବୌଦ୍ଧ ୯.୦ ଡିଗ୍ରି ସେଲସିଅସ୍।
ସୂଚନାନୁସାରେ,ଏ ବର୍ଷ ୧୫ ଦିନ ବିଳମ୍ବରେ ରାଜ୍ୟକୁ ଶୀତ ପ୍ରବେଶ କରିଛି। ଶୀତର ପ୍ରକୋପ ଓ ସମୟ ମଧ୍ୟ କମ୍ ଦିନ ରହିବ। ଆଉ କିଛି ଦିନ ପରେ ଶୀତ କମିଯିବ ଓ ଜାନୁଆରି, ଫେବ୍ରୁଆରିରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।