Odia News Portal

୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଦୁଇମାସ ହେଲା କନ୍ଧମାଳ ଜିଲାର ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଜାରିରହିଛି। ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ କିଛିଦିନ ପରେ ପୁଣି ଫିରିଙ୍ଗିଆ ପୁଲିସ ପ୍ରାୟ ୨୨ ଏକର ଜମିରେ ଚାଷ ହୋଇଥିବା ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଛି। ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏସଆଇ ବିକାଶ କୁମାର ଜାଲିଙ୍କ ନେତୃତ୍ୱରେ ଫିରିଙ୍ଗିଆ ଥାନା ତଳଦଣ୍ଡିକିଆ ପଞ୍ଚାୟତର ଜୋକେ, ଡାଡିଲେଈ, ଅକାତ୍ରପା ଓ ବେହେରାପଖାଳ ଗାଁ ନିକଟରେ ଥିବା ଜଙ୍ଗଲ ଓ ପାହାଡ଼ରେ ଚଢ଼ାଉ କରି ଏହି ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ତେବେ ଏହି ଗଞ୍ଜେଇ ଚାଷ ନଷ୍ଟ କରିବା ସମୟରେ ପୁଲିସ ଏକ କୃତ୍ରିମ ପୋଖରୀ ଠାବ କରିଥିବା ବେଳେ ପାହାଡ଼ ଉପରେ ଗଞ୍ଜେଇ ଚାଷ କରିବା ପାଇଁ ଗଞ୍ଜେଇ ଚାଷୀମାନେ ପାହାଡ଼ ଉପରେ ଥିବା ସମତଳ ଜାଗାରେ ଏମିତି କୃତ୍ରିମ ପୋଖରୀ ତିଆରି କରି ଚାଷପାଇଁ ପାଣି ସଂରକ୍ଷିତ ରଖୁଥିବା ସ୍ପଷ୍ଟ ହୋଇଛି।