ବ୍ରହ୍ମପୁରରେ ଲଜ୍ଜା । ଗୋଳନ୍ଥରା ଥାନା ଅଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ୪ ଜଣ ଯୁବକ ନାବାଳିକାଙ୍କୁ ଡାକି ନେଇ ଗାଁ ବାହାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଥାନାରେ ଏତଲା ଦେଇଛନ୍ତି । ଗତ ୩ ତାରିଖରେ ଘଟିଛି ଦୁଷ୍କର୍ମ । ୪ ତାରିଖରେ ଥାନାରେ ଏତଲା ହୋଇଛି । ତେବେ ୪ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ ।
ଅନ୍ୟପଟେ ୪ ଦିନ ପୂର୍ବରୁ ମାମୁ ଘରକୁ ଯାଇ ନିଖୋଜ ଥିବା ଜଣେ ନାବାଳିକାଙ୍କ ଆଜି ସୋହେଲା ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ନାବାଳିକା ଜଣକ ବରଗଡ଼ ସଦର ଥାନା ଅଞ୍ଚଳର ବୋଲି ସୂଚନା ରହିଛି । ଗତ ୨୮ ତାରିଖରୁ ନାବାଳିକା ଜଣକ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର l ଆଜି ଜଣେ ଯୁବକ ସୋହେଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ତାଙ୍କୁ ଚିକିତ୍ସା କରିବାକୁ ଆଣିବା ବେଳେ ଡାକ୍ତର ନାବାଳିକାର ମୃତ୍ୟୁ ହୋଇଥିବା କହିଥିଲେ l ନାବାଳିକା ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଅଞ୍ଚଳ ମାମୁ ଘରକୁ ଯାଇ ନିଖୋଜ ହୋଇଥିଲେ l ଏହାକୁ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ l