Odia News Portal

+୩ ଅନଲାଇନ୍‌ ଆଡମିଶନ ପାଇଁ ତାରିଖ ପ୍ରକାଶ

ଯୁକ୍ତ ତିନି ଅନଲାଇନ୍‌ ଆଡମିଶନ ପାଇଁ ତାରିଖ ପ୍ରକାଶ ପାଇଛି । ସାମସ୍  ପୋର୍ଟାଲରେ ଯାଇ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଜୁନ୍  ୧୯ରୁ www.samsodisha.gov.in ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଆସନ୍ତା ଜୁଲାଇ ୪ ତାରିଖ ଆବେଦନର ଶେଷ ତାରିଖ ରହିଛି ।

ଜୁଲାଇ ୧୪ ତାରିଖରେ ପ୍ରଥମ ରାଉଣ୍ଡ ସିଟ୍ ଆଲଟମେଣ୍ଟ ପ୍ରକାଶ ପାଇବ । ସେହିପରି ଜୁଲାଇ ୧୪ରୁ ୧୮- ସ୍ଲାଇଡ ସିଲେକ୍ସନ ରହିଛି ।  ଜୁଲାଇ ୧୫ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଆଲଟ୍ ହୋଇଥିବା ଶିକ୍ଷାନୁଷ୍ଠାନରେ ରିପୋର୍ଟିଂ କରିବେ ଛାତ୍ରଛାତ୍ରୀ । ଜୁଲାଇ ୨୭ରେ ଦ୍ୱିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ନୋଟିସ ବାହାରିବ।