୩ ଆତଙ୍କୀଙ୍କ ପୋଷ୍ଟର ରିଲିଜ କଲା ସୁରକ୍ଷା ଏଜେନ୍ସି । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର ବିଭିନ୍ନ ସ୍ଥାନରେ ‘ଆତଙ୍କ ମୁକ୍ତ କାଶ୍ମୀର’ ଲେଖା ହୋଇ ୩ ଆତଙ୍କୀଙ୍କ ଫଟୋ ସହ ଏହି ପୋଷ୍ଟର ରିଲିଜ ହୋଇଛି । ଏହି ଆତଙ୍କୀଙ୍କ ବିଷୟରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କାର ଆର୍ଥିକ ରାଶି ଦେବାକୁ ଘୋଷଣା କରିଛି ସୁରକ୍ଷା ଏଜେନ୍ସି । ସୂଚନା ପ୍ରଦାନକାରୀଙ୍କ ତଥ୍ୟ ଗୋପନ ରଖିବାକୁ ସୁରକ୍ଷା ଏଜେନ୍ସି କହିଛି । ଏହି ଆତଙ୍କବାଦୀ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଛି । ଏହି ତିନି ଆତଙ୍କବାଦୀମାନଙ୍କ ମଧ୍ୟରୁ ଦୁଇ ଜଣ ଯଥାକ୍ରମେ ଅଲ୍ଲି ଭାଇ ଓରଫ ତଲହା ଭାଇ ଏବଂ ହାସିମ ମୁଷା ଓରଫ ସୁଲେମାନ ପାକିସ୍ତାନୀ ଆତଙ୍କବାଦୀ ହୋଇଥିବା ବେଳେ ଆଦିଲ ହୁସେନ ଠୋକର ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବାସିନ୍ଦା । ସେ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବାର ଏକ ଶାଖା ଦି ରେଜିଷ୍ଟ୍ରାଣ୍ଟ ଫ୍ରଣ୍ଟର ସଦସ୍ୟ ।
ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମ ସହରଠାରୁ ୬ କିଲୋମିଟର ଦୂର ବୈସରନ ଉପତ୍ୟକାରେ ଘଟିଥଲା ବର୍ବର କାଣ୍ଡ । ଆତଙ୍କବାଦୀମାନେ ଧର୍ମ ଆଧାରରେ ୨୬ ଜଣ ପର୍ୟ୍ୟଟକଙ୍କୁ ହତ୍ୟା କରିଥିଲେ । ମୃତକଙ୍କ ମଧ୍ୟରୁ ଜଣେ ନେପାଳୀ ନାଗରିକ ଥିଲେ । ଏହି ଆକ୍ରମଣ ପଛରେ ଲସ୍କର-ଏ-ତୋଇବାର ହାତ ଥିବା ନିଜେ ଲସ୍କର-ଏ-ତୋଇବା ମାନିଥିଲା । ଏ ନେଇ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତ ଆରମ୍ଭ କରିଥିଲା ଅପରେସନ ସିନ୍ଦୂର । ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କୀ ଆଡ୍ଡା ଉପରକୁ ଟାର୍ଗେଟ କରିଥିଲା । ଏଥିରେ ୯ଟି ଆତଙ୍କୀ ଲଂଚ ପ୍ୟାଡ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ୧୦୦ରୁ ଉର୍ଦ୍ଧ୍ୱ ଆତଙ୍କୀ ନିପାତ ହୋଇଥିଲେ । ଏହାର ଜବାବରେ ପାକିସ୍ତାନ ଭାରତର ସାମରିକ ପ୍ରତିଷ୍ଠାନ ଓ ନୀରିହ ଲୋକଙ୍କୁ ଟାର୍ଗେଟ କରିଥିଲା । ଦୁଇ ଦେଶ ମଧ୍ୟରେ ଉତେଜନା ଲାଗି ରହିଥିଲା । ଗତ ୧୦ ତାରିଖରେ ଡିଜିଏମଓ ସ୍ତରୀୟ ଆଲୋଚନା ପରେ ଏହି ଅସ୍ତ୍ରବିରତି ବନ୍ଦ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.