Odia News Portal

୪୨.୭ ଡିଗ୍ରିରେ ସିଝିଲେ ଭୁବନେଶ୍ବରବାସୀ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରାରେ ରାଜ୍ୟବାସୀ ଛଟପଟ ହେଉଛନ୍ତି। ଆଜି ରାଜ୍ୟର ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ରେକର୍ଡ କରାଯାଇଛି। ଏଥିରୁ ୧୭ଟି ସହରରେ ତାପମାତ୍ରା ୪୨ ଡିଗ୍ରିରୁ ଅଧିକ ରହିଛି। ମୟୂରଭଂଜ ଜିଲ୍ଲା ସଦର ମହକୁମା ବାରିପଦା ସହିତ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରି ରେକର୍ଡ କରାଯାଇଛି। ସେହିଭଳି ଭୁବନେଶ୍ବରରେ ପାରା ୪୨.୭ ଡିଗ୍ରି ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବଲାଙ୍ଗୀର ଓ  ବୌଦ୍ଧରେ ୪୩.୭, ନୂଆପଡ଼ାରେ  ୪୩.୬, ଟିଟିଲାଗଡ଼ ଓ ସୋନପୁରରେ ୪୩.୨, ଅନୁଗୁଳରେ ୪୩.୧, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୪୩, ତାଳଚେରରେ ୪୨.୮, କଟକ ଓ ଭବାନୀପାଟଣାରେ ୪୨.୫, ରାଉରକେଲାରେ ୪୨.୪, ଢେଙ୍କାନାଳ ଓ ଯାଜପୁରରେ ୪୨, ହୀରାକୁଦରେ ୪୧.୬, ଜଗତସିଂହପୁରରେ ୪୧.୫, ପାରଳାଖେମୁଣ୍ଡିରେ ୪୧.୪, ଚାନ୍ଦବାଲି ଓ ଦେବଗଡ଼ରେ ୪୧.୩, କେନ୍ଦ୍ରାପଡ଼ା ଓ କେନ୍ଦୁଝରରେ ୪୧.୨, ନୟାଗଡ଼ ଓ ଭଦ୍ରକରେ ୪୧, ମାଲକାନଗିରିରେ ୪୦.୨, ବରଗଡ଼ରେ ୪୦.୫ ଓ ଖୋର୍ଦ୍ଧାରେ ୪୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।