Odia News Portal

୪ ର୍ଥ ଦିନରେ ତାଲାବନ୍ଦ ଆନ୍ଦୋଳନ, କୁମ୍ଭ କର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ବେହେରାଗୁଡ଼ା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି ନେଇ ଚାଲିଥିବା ତାଲାବନ୍ଦ ଆନ୍ଦୋଳନ ଶୁକ୍ରବାର ୪ର୍ଥ ଦିନରେ ପହଂଚିଛି । ଯାହା ଫଳରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ଠପ୍ ହୋଇ ପଡ଼ିଛି। ଆନ୍ଦୋଳନ କୁ ଚତୁର୍ଥ ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ବିଭାଗୀୟ ଅଧିକାରୀ ଆନ୍ଦୋଳନ ସ୍ଥଳ ପହଞ୍ଚି ନାହାନ୍ତି । ବିଦ୍ୟାଳୟରେ ୪୨୦ ଜଣ ଛାତ୍ର ଛାତ୍ରୀ ରହିଥିବା ବେଳେ ୧୧ଜଣ ଶିକ୍ଷକ ରହିଛନ୍ତି। ଯାହାକି ଛାତ୍ର ଛାତ୍ରୀ ସଂଖ୍ୟା ଅନୁପାତରେ କମ ।ବର୍ତ୍ତମାନ ଜଣେ ଶିକ୍ଷୟତ୍ରୀଙ୍କ ବଦଳି ଯୋଗୁଁ ଶିକ୍ଷକ ସଂଖ୍ୟା ୧୦କୁ ପହଂଚିଛି ଯାହା ଫଳରେ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି । ଶିକ୍ଷକ ବଦଳରେ ଶିକ୍ଷକ ଯୋଗାଇବାକୁ ସୋମବାର ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏହା ପୂର୍ବରୁ ୬ମାସ ତଳେ ମଧ୍ୟ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଦୀର୍ଘ ୧୩ଦିନ ପର୍ଯ୍ୟନ୍ତ ତାଲାବନ୍ଦ ଆନ୍ଦୋଳନ କରିଥିଲେ ଗ୍ରାମବାସୀ। ପରେ ଶିକ୍ଷା ବିଭାଗ ୩ଜଣ ଶିକ୍ଷକ ନିଯୁକ୍ତି ସହ ଆଉ ଦୁଇ ଜଣ ଶିକ୍ଷକ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ ।ଫଳରେ ତାଲାବନ୍ଦ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ତେବେ ବିଭାଗୀୟ ଅଧିକାରୀ ଦେଇଥିବା ପ୍ରତିଶୃତି ପୂରଣ କରିବା ବଦଳେ ଜଣେ ଶିକ୍ଷୟତ୍ରୀ ଙ୍କ ବଦଳି ହେଉଛି ।ଯାହାକୁ ନେଇ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ଓ ଅବିଭାବକ ସମୂହ ଘୋର ନିନ୍ଦା କରିବା ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତାଲାବନ୍ଦ ଆନ୍ଦୋଳନ କରିଛନ୍ତି । ଏ ନେଇ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ନବ କିଶୋର ସାହୁ ଙ୍କୁ ପଚାରିବାରୁ ଆମ ପାଖେ ଆବଶ୍ୟକ ଶିକ୍ଷକ ନାହାନ୍ତି ଏଣୁ ବର୍ତ୍ତମାନ ଶିକ୍ଷକ ଦେବା ସମ୍ଭବ ନୁହେଁ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହେମନାଥ ବାରିକ, ଦେବେନ୍ଦ୍ର ନାଏକ,ଗଗନେ ଶ୍ୱର ବେମାଲ, ସିମଞ୍ଚଳ ବାରିକ,ମହେଶ୍ୱର ବେମାଲ, ଶୋଭିତ ଗାନ୍ଧୀ, ଖଗପତୀ ନିଆଲ୍ ପ୍ରମୁଖ ପ୍ରକାଶ କରିଛନ୍ତି ।