ବାଙ୍କୋ ଖଣିରୁ ବିସ୍ଫୋରକ ଲୁଟ ଘଟଣାରେ ଡିଜିପି ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି । କହିଛନ୍ତି, ଲୁଟ ହୋଇଥିବା ୫ ଟନ ବିସ୍ଫୋରକରୁ ୩.୮ ଟନ ଜବତ ହୋଇଛି । ୨୭ ତାରିଖ ରାତିରୁ ଆରମ୍ଭ ହୋଇଥିବା ଅପରେସନ ଜାରି ରହିଛି । ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏସଆଇଟି ତଦନ୍ତ ଜାରି ରହିଛି । ବିସ୍ଫୋରକ ଲୁଟ ମାମଲାରେ ମାଓବାଦୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଛି । ବିସ୍ଫୋରକ ପଠାଗଲା ବେଳେ ଏସଓପି ଅନୁସରଣ କରାଯାଇ ନଥିଲା । ଅବଶିଷ୍ଟ ବିସ୍ଫୋରକକୁ ଜବତ କରିବା ପାଇଁ ଉଦ୍ୟମ ଜାରି ରହିିଛି ।