Odia News Portal

୫ ଦିନିଆ ରିମାଣ୍ଡରେ ଗଲେ କୋଟିପତି ପ୍ରଶାନ୍ତ ରାଉତ

ରିମାଣ୍ଡରେ ଗଲେ କୋଟିପତି ପ୍ରଶାନ୍ତ ରାଉତ। ନବରଙ୍ଗପୁରର ଲାଞ୍ଚୁଆ ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍‌ସ। ରିମାଣ୍ଡରେ ନେବା ପାଇଁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅନୁମତି ଦେଇଛନ୍ତି। କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ପ୍ରଶାନ୍ତଙ୍କୁ ଜେରା କରାଯିବ। ଆୟ ବର୍ହିଭୂତ ସମ୍ପତି ଠୁଳ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିବ ଭିଜିଲାନ୍ସ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତକାଲି ପ୍ରଶାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇ ଦିନ ତଳେ ଗିରଫ ହୋଇଥିଲେ । ଭିଜିଲାନ୍ସ ରେଡ୍‌ ବେଳେ ତାଙ୍କ ଘରୁ ମିଳିଥିଲା ପେଟି ପେଟି ଟଙ୍କା ବିଡ଼ା । ନଗଦ ୩ କୋଟି କ୍ୟାସ୍‌ ମିଳିଥିଲା । ମୋଟ୍‌ ୫ କୋଟି ୨୧ ଲକ୍ଷରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା । ଯାହାକି ତାଙ୍କ ଆୟଠାରୁ ୫୦୬ ପ୍ରତିଶତ ଅଧିକ ।.