Odia News Portal

୭୬ତମ ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ

ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱାଧୀନତାର ୭୫ ବର୍ଷ ପୂରଣ ହେଉଛି । ଦେଶରେ ସମାନତାର ସମସ୍ତଙ୍କର ଅଧିକାର ଅଛି। ଭାରତରେ ଗଣତନ୍ତ୍ରର ମୂଳ ରହିଛି। ଆମେ ଦାରିଦ୍ର ଏବଂ ନିରକ୍ଷରତା ସହିତ ଲଢ଼ୁଥିଲୁ ।

ଆତ୍ମନିର୍ଭରଶୀଳ ଅଭିଯାନର ପ୍ରଭାବ ଭାରତରେ ଦୃଶ୍ୟମାନ ହେଉଛି । ଆମର ସଂଗ୍ରାମ ଆମକୁ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ କରିଛି। ଆମେ ୧୫ ଅଗଷ୍ଟ ୧୯୪୭ ଶିକୁଳି କାଟିଥିଲୁ । ଆମେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନମସ୍କାର କରୁଛୁ। ଭାରତର ସ୍ୱାଧୀନତା ଆମ ପାଇଁ ଅତ୍ୟନ୍ତ ଉତ୍କଣ୍ଠିତ ଏବଂ ଉନ୍ନତିର ବିଷୟ । ଭାରତ ପ୍ରତିଦିନ ଅଗ୍ରଗତି କରୁଛି ।

ଗତ ମାସରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅବସରରେ ଲାଲ୍‌କିଲ୍ଲୀରୁ ସାରା ଦେଶକୁ ସମ୍ବୋଧିତ କରିବେ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି ଭାରତ । ଏହି ପରିପ୍ରେକ୍ଷୀରେ ଶନିବାର ଠାରୁ ଦେଶବ୍ୟାପୀ ହର୍‌ ଘର୍ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । କାଶ୍ମୀରଠୁ କନ୍ୟାକୁମାରୀ ସବୁଠୁ ଫର୍ ଫର୍ ହୋଇ ଉଡୁଛି ତ୍ରିରଙ୍ଗା । ସମଗ୍ର ଦେଶବାସୀ ଏହି ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ଘରେ ଘରେ ଜାତୀୟ ପତାକା ଉଡାଉଛନ୍ତି ।