Odia News Portal

୮ହଜାର ଟଙ୍କା ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡ଼ିଗଲେ କନିଷ୍ଠ ଯନ୍ତ୍ରୀ

୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ୍ । ବରଗଡ଼  ଗାଇସିଲେଟ ବ୍ଲକ୍ ଡାଙ୍ଗବାହାଲ ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ ସସ୍ମିତା ଓରାମ୍ l ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ୍ ଗତ ଏକ ବର୍ଷ ହେବ ଚାକିରିରେ ଯୋଗ ଦେଇଥିଲେ l ହେଲେ ଅଧିକ ଅର୍ଥ ଉପାର୍ଜନର ଲୋଭ ଆଜି ସସ୍ମିତାଙ୍କୁ ମହଙ୍ଗା ପଡ଼ିଛି l ମନରେଗା କାମ ପାଇଁ ହିତାଧିକାରୀଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି । ଲାଞ୍ଚ ନେବାବେଳେ ସୁସ୍ମିତାଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ ।