Odia News Portal

ବେହେରାମପୁରରେ ଭଙ୍ଗାହେଲା ବାଂଲାଦେଶୀଙ୍କ ୧୦ ଘର, ପୂର୍ବରୁ ଧରାପଡ଼ି ଦେଶାନ୍ତର ପାଇଁ ପଠା ଯାଇଥିଲେ

ଜଗତସିଂହପୁର ଥାନା ଅନ୍ତର୍ଗତ ତରିକୁନ୍ଦ ବେହେରାମପୁରରେ ଆଜି ପ୍ରଶାସନ ପକ୍ଷରୁ ବାଂଲାଦେଶୀଙ୍କର ୧୦ ଘର ଭଙ୍ଗାଯାଇଛି। ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ ସହଯୋଗରେ ଜେସିବି ଦ୍ବାର ଘରଗୁଡ଼ିକ ଭଙ୍ଗାଯାଇ ମାଟିରେ ମିଶାଇ ଦିଆଯାଇଛି। ପୂର୍ବରୁ ସେଠାରୁ ବାଂଲାଦେଶୀଙ୍କୁ ଠାବ କରାଯାଇ ଦେଶାନ୍ତର ପାଇଁ ପଠାଇ ଦିଆ ଯାଇଥିଲା।କେତେକ ଘର ଭଙ୍ଗା ଯାଇଥିବା ବେଳେ ଆଉ କେତେକ ଘର ରହି ଯାଇଥିଲା। ସେଗୁଡ଼ିକ ଆଜି ଭାଙ୍ଗି ଦିଆ ଯାଇଛି। ଶାନ୍ତି ଶୃଙ୍ଖଳାର ସହ ଘର ଗୁଡ଼ିକ ଭଙ୍ଗା ଯାଇଥିବା ଜଣାପଡ଼ିଛି। ପୁଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଥିଲା।