Odia News Portal

ପୁରୀ ରୁ ୧୦୮ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ପୁରୀ ଦୟା ବ୍ରିଜ ନିକଟ ହଳଦିପଦର ଛକରୁ ୧୦୮ ଗ୍ରାମ ବ୍ରାଉନସୁଗାର କଣାସ ପୋଲିସ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା ଥାନା ସାମନ୍ତରାୟପୁରର ମହେନ୍ଦ୍ର ବେହେରା ଓ ବେଗୁନିଆ ଥାନା ଅଞ୍ଚଳର ଶିଶିର ମହାନ୍ତି। ଜବତ ବ୍ରାଉନସୁଗାର ଆନୁମାନିକ ବଜାର ମୁଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି। ସେହିପରି ୯୭୮୫ ଟଙ୍କା, ଗୋଟିଏ ମୋଟର ସାଇକେଲ ସହ ଦୁଇଟି ମୋବାଇଲ ଫୋନ ପୋଲିସ ଏହି ଅଭିଯୁକ୍ତଙ୍କ ଠାରୁ ଜବତ କରିଛି। ଏହି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।