Odia News Portal

ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୧୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୨୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୩ ଜଣ, ବାଲେଶ୍ୱରରୁ ୪୯ ଜଣ, ବରଗଡ଼ରୁ ୯ ଜଣ, ଭଦ୍ରକରୁ ୨୨ ଜଣ, ବଲାଙ୍ଗୀରରୁ ୬ ଜଣ, ବୌଦ୍ଧରୁ ୪ ଜଣ, କଟକରୁ ୧୭୭ ଜଣ, ଦେବଗଡ଼ରୁ ୧ ଜଣ, ଢେଙ୍କାନାଳରୁ ୨୯ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୮୮ ଜଣ, ଯାଜପୁରରୁ ୫୦ ଜଣ, ଝାରସୁଗୁଡ଼ାରୁ ୪ ଜଣ, କଳାହାଣ୍ଡିରୁ ୨ ଜଣ, କନ୍ଧମାଳରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୩୨ ଜଣ, କେଉଁଝରରୁ ୧୫ ଜଣ, ଖୋର୍ଦ୍ଧାରୁ ୩୯୯ ଜଣ, ମାଲକାନଗିରିରୁ ୩ ଜଣ, ମୟୁରଭଞ୍ଜରୁ ୩୫ ଜଣ, ନବରଙ୍ଗପୁରରୁ ୨ ଜଣ, ନୟାଗଡ଼ରୁ ୫୬ ଜଣ, ନୂଆପଡ଼ାରୁ ୨, ପୁରୀରୁ ୬୯ ଜଣ, ରାୟଗଡ଼ାରୁ ୧୩ ଜଣ, ସମ୍ୱଲପୁରରୁ ୧୦ ଜଣ, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୧୪ ଓ ଷ୍ଟେଟ ପୁଲରୁ ୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।