Odia News Portal

ଭୁବନେଶ୍ୱର ସ୍ଥିତି ସଂଗୀନ : ୧୨୯୪ ପଜିଟିଭ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ଆଜି ସବୁ ପୁରୁଣା ରେକର୍ଡକୁ ଟପିଛି । ରାଜଧାନୀରେ ପ୍ରଥମ ଥର ଲାଗି ୧୨୦୦ରୁ ଅଧିକ ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । ୨୪ ଘଣ୍ଟାର ବିଏମସି ଅଞ୍ଚଳରୁ ୧୨୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୬୩ଟି ମାମଲା ଆସିଥିବା ବେଳେ ୧୧୩୧ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ସ୍ଥାନୀୟ ସଂକ୍ରମଣ ମାମଲା ମଧ୍ୟରୁ ନୟାପଲ୍ଲୀ ଅଞ୍ଚଳରୁ ସର୍ବାଧିକ ୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଟିଆରୁ ୫୭ ଜଣ, ବଡ଼ଗଡ଼ରୁ ୪୬ ଜଣ, ଜଗମୋହନ ନଗରରୁ ୪୪ ଜଣ, ଓଲ୍ଡ ଟାଉନରୁ ୪୨ ଜଣ, ରସୁଲଗଡ଼ରୁ ୩୬ ଜଣ, ଲକ୍ଷ୍ମୀସାଗରରୁ ୩୬ ଜଣ, ଚିନ୍ତାମଣିଶ୍ୱରରୁ ୩୪ ଜଣ, ବରମୁଣ୍ଡାରୁ ୩୪ ଜଣ, ମଞ୍ଚେଶ୍ୱରରୁ ୩୨ ଜଣ, ଝାରପଡ଼ାରୁ ୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ୮୦୩ ଜଣ ସଂକ୍ରମିତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ନୂଆ ୧୨୯୪ ସଂକ୍ରମଣ ମାମଲା ସହ ବିଏମସି ଅଞ୍ଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୭ ହଜାର ୬୬କୁ ବୃଦ୍ଧି ପାଇଛି । ୪୫ ହଜାର ୫୮୧ ଜଣ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ୧୧ ହଜାର ୧୭୮ଟି ସକ୍ରିୟ ମାମଲା ରହିଛି । କରୋନାରେ ବିଏମସି ଅଞ୍ଚଳରୁ ୨୮୬ ଜଣଙ୍କ ମୃତ୍ୟୁ ହୋଇଛି ।