୧୪ ଫୁଟର ଅହିରାଜ ଉଦ୍ଧାର, ଶିମିଳିପାଳ ଜଙ୍ଗଲରେ ଛାଡିଲେ ବନ ବିଭାଗ By Swadhikar News Last updated Oct 9, 2025 ୧୪ ଫୁଟର ଅହିରାଜ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ପଦ୍ମପୋଖରୀ ଗାଁ ନିକଟ ବିଲରୁ ବିଶାଳ ଅହିରାଜ ଉଦ୍ଧାର ହୋଇଛି । ଅହିରାଜକୁ ଦେଖି ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଖବର ପାଇ ବନ ବିଭାଗ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ପହଞ୍ଚି ସ୍ନେକ ହେଲ୍ପ ଲାଇନ ସଦସ୍ୟ ଏବଂ ବନ ବିଭାଗ ମିଳିତ ଭାବେ ୧୪ ଫୁଟ ଲମ୍ବର ଅହିରାଜକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଛି । Ahirajswadhikarswadhikar news Share