Odia News Portal

ରାଜ୍ୟରେ ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେ

ଓଡିଶାରେ ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଫଳରେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର କଟକଣା କଡାକଡି କରିଛନ୍ତି । ତେବେ ଚିହ୍ନଟ ହେଉଥିବା କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ଅଳ୍ପ ପ୍ରତିଶତ ହେଉଛନ୍ତି ଓମିକ୍ରନ ଭାରିଆଣ୍ଟ ସଂକ୍ରମିତ । ପ୍ରଥମେ କେବଳ ବିଦେଶ ଫେରନ୍ତାଙ୍କ ପାଖରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେଉଥିବା ବେଳେ ଏବେ ସ୍ଥାନୀୟ ଲୋକଙ୍କ ପାଖରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେଲେଣି ।
ରାଜଧାନୀ ଭୁବନେଶ୍ବରରେ ସଂକ୍ରମଣ ଅଧିକ ବ୍ୟାପିବାରେ ଲାଗିଛି । ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କେବଳ ଭୁବନେଶ୍ବରର ୩୮ଟି ସ୍ଥାନକୁ କ୍ବାରେଣ୍ଟିନ ଘୋଷଣା କରାଯାଇସାରିଲାଣି ।