Odia News Portal

ଚିଟଫଣ୍ଡ ଠକେଇ ମାମଲାରେ ୨ ଗିରଫ

ଭୁବନେଶ୍ୱର: ଗ୍ରୀନରେ ଚିଟଫଣ୍ଡ ଠକେଇ ମାମଲାରେ ୨ ଗିରଫ । ଗ୍ରୀନ୍ ଚିଟଫଣ୍ଡ ମାମଲାରେ ବାଲେଶ୍ୱର, ଜଳେଶ୍ୱରରୁ ୨ ଭାଇଙ୍କୁ ଗିରଫ କଲା ସିବିଆଇ । ମୁଖ୍ୟ ପରିଚାଳକର ଦୁଇଭାଇ ମୀର ଜମୀର ଓ ମୀର ସୈମତ ଗିରଫ । ଠକେଇ ମାମଲାରେ ଚଢ଼ାଉ କରିଥିଲା ସିବିଆଇର ୬ ଜଣିଆ ଟିମ୍ । ପୂର୍ବରୁ କମ୍ପାନୀ ମାଲିକ ସାହିରୁଦ୍ଦିନ ଗିରଫ ହୋଇଥିଲା । ୨୦୧୭ ଫେବୃଆରୀ ୪ରେ କୋଲକାତା ଏୟାରପୋର୍ଟରୁ ମୀର ସାହିରୁଦ୍ଦିନ ଓରଫ ଗୋରାକୁ ଗିରଫ କରାଯାଇଥିଲା । ରାଜ୍ୟରୁ ୫ ଶହ କୋଟିରୁ ଅଧିକ ଟଙ୍କା ଲୁଟିଥିଲା ଏହି ଗ୍ରୀନ୍ ରେ ଚିଟଫଣ୍ଡ ସଂସ୍ଥା ।