Odia News Portal

ଗୋଟିଏ ଦିନରେ ୨ କୋଟି ଟିକାକରଣ

ନୂଆଦିଲ୍ଲୀ : କୋଭିଡ୍ ଟିକାକରଣ ଦ୍ରୁତଗତିରେ ଜାରି ରହିଛି । ପୁଣି ଥରେ ଦୈନିକ ଟିକାକରଣରେ ଭାରତର ରେକର୍ଡ । ଦେଶରେ ଗୋଟିଏ ଦିନରେ ୨ କୋଟି ଟପିଲା ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ରେକର୍ଡ କରିଛି ଭାରତ । ଗୋଟିଏ ଦିନରେ ୨ କୋଟି ଟିକାକରଣ କରାଯାଇଛି । ଯାହାକି ସବୁ ରେକର୍ଡକୁ ଭାଙ୍ଗିଛି । ତେବେ ସନ୍ଧ୍ୟା ସୁଦ୍ଧା ୨ କୋଟିରୁ ଅଧିକ ଡୋଜ୍ର ଟିକାକରଣ ହୋଇଛି ବୋଲି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଏହା ସମଗ୍ର ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି । ଏହାସହିତ ବିଭିନ୍ନ ସ୍ଥାନର ଟିକାକରଣ ଚାଲିଛି । ଭାରତ ତାର ପୂର୍ବ ୧ କୋଟି ୩୩ ଲକ୍ଷ ଟିକାକରଣର ରେକର୍ଡ ଭାଙ୍ଗି ଦେଇଛି । ଯୁଦ୍ଧକାଳୀନ ଭିତ୍ତିର ଚାଲିଛି ଟିକାକରଣ । ଆକଳନ ଅନୁସାରେ, ସମଗ୍ର ଦେଶରେ ପ୍ରତି ମିନିଟରେ ୪୨ ହଜାର ଡୋଜ୍ ଓ ପ୍ରତି ସେକେଣ୍ଡରେ ୭୦୦ ଡୋଜ୍ ଟିକାକରଣ ହେଉଛି । ଏହି କାରଣରୁ ମଧ୍ୟାହ୍ନ ସୁଦ୍ଧା ୧ କୋଟି ଟପିଥିଲା ।