Odia News Portal

ରାୟଗଡ଼ା ଆମ୍ବୁଲାନ୍ସ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶନିବାର ରାୟଗଡ଼ା ଜିଲ୍ଲା ଆମ୍ବନଳା ନିକଟରେ ଘଟିଥିଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆମ୍ବୁଲାନ୍ସକୁ ଉପରେ ଚଢ଼ିଯାଇଥିଲା ଟ୍ୟାଙ୍କର । ଯାହାଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪ଜଣ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଶୋକସନ୍ତପ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି ।

ସୂଚନା ଥାଉକି, ଗତକାଲି ବଲାଙ୍ଗୀର ଜିଲ୍ଲା କପିଳଭଟ୍ଟା ଗାଁର ହନୀ ହଂସ କିଡନୀ ରୋଗରେ ପିଡିତ ଥିଲେ । ତାଙ୍କ ଚିକିତ୍ସା ଲାଗି ବିଷମକଟକ ଖ୍ରୀଷ୍ଟିଆନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ଅନ୍ୟତ୍ୟ ସ୍ଥାନାନ୍ତର କରାଯାଇଥିଲା । ପରିବାର ଲୋକେ ତାଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ହନୀ ହଂସ, ଭକ୍ତି ହଂସ ଏବଂ ଆମ୍ବୁଲାନ୍ସ ଡ୍ରାଇଭର କୌଶଲ୍ୟଙ୍କ ସହ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିଲା । ବାକି ଗାଡ଼ିରେ ଥିବା ଦୁଇଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସେମାନେ ଏବେ ଚିକିତ୍ସିତ ହେଉଛନ୍ତି । ତେବେ ଗୁରୁତରଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମଧ୍ୟ କହିଛନ୍ତି ।