କଟକ କାଠଯୋଡ଼ିରେ ଅଘଟଣ । ନଦୀରେ ବୁଡ଼ିଗଲେ ୨ ନାବାଳକ। ସକାଳେ ଗାଧୋଇଲାବେଳେ ୨ ଜଣ ବୁଡ଼ିଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ଅପରେସନରେ ସ୍କୁବା ଡାଇଭର ଓ ଅଗ୍ନିଶମ ବିଭାଗର ୨ଟି ଟିମ୍ ସାମିଲ ଅଛନ୍ତି । ନିଖୋଜ ଦୁଇ ନାବାଳକ ହେଲେ ଭଗତପୁର ବଗଲା ଲେନର ।ତେବେ ସାହିର ବୟସ୍କ ଲୋକ ପହଞ୍ଚିବା ପୂର୍ବରୁ ନଦୀ ପଠାରେ ପହଞ୍ଚିଥିଲେ ଦୁଇ ବାଳକ । ନଦୀ ପଠାରେ ବଲ ଖେଳିଥିଲେ । ଏହାପରେ ଗାଧୋଇବା ବେଳେ ଜଣେ ବାଳକ ବୁଡି ଯାଇଥିଲା । ତାକୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ମଧ୍ୟ ବୁଡ଼ିଯାଇଥିଲା ।
