Odia News Portal

ଓଡିଶାରେ ୨୧ ଲକ୍ଷ ଲୋକ ନେଇନାହାଁନ୍ତି ଟିକା

ଓଡିଶାରେ ଜାରି ରହିଛି କରୋନା ଟିକାକରଣ । ଏବେ ସୁଦ୍ଧା ରାଜ୍ୟରେ ୫ କୋଟି ୬୨ ଲକ୍ଷ ଡୋଜ୍ ଦିଆସରିଛି । ପ୍ରଥମ ଡୋଜ୍ ଟିକା ୯୩.୫ ପ୍ରତିଶତ ଲୋକ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ୭୪ ପ୍ରତିଶତ ଲୋକ । ଏବେ ସୁଦ୍ଧା ରାଜ୍ୟରେ ୨୧ଲକ୍ଷ ଲୋକ ଟିକା ନେଇ ନଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେହିପରି ଭାବରେ ୧୫ରୁ ୧୮ବର୍ଷ ବର୍ଗରେ ମଧ୍ୟ ଟିକାକରଣ ଚାଲିଛି । ୧୪ଲକ୍ଷରୁ ଅଧିକ କିଶୋର କରୋନା ଟିକା ନେଇ ସାରିଲେଣି । ସେହିପରି ଭାବରେ ରାଜ୍ୟରେ ପ୍ରିକସନ ଡୋଜ୍ ଟିକାକରଣ ମଧ୍ୟ ଚାଲିଛି । ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ ୱାର୍କର ଓ ସିନିୟର ସିଟିଜେନଙ୍କୁ ଟିକାକରଣ ଜାରି ରିହଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୭ ହଜାର ପ୍ରିକସନ୍ ଡୋଜ୍ ଦିଆସରିଛି । ଖୁବ ଶୀଘ୍ର ସମସ୍ତଙ୍କ ଟିକାକରଣ ନେଇ ପ୍ରୟାସ ଜାରି ରହିଛି । କିଛି ସ୍ଥାନରେ ଟିକାକରଣ କେନ୍ଦ୍ର ବୃଦ୍ଧି ହୋଇଛି । ବର୍ତ୍ତାମାନ ୩ ହଜାର ୨୬୨ଟିକାକରଣ କେନ୍ଦ୍ରରେ ଚାଲିଛି ଭ୍ୟାକ୍ସିନେସନ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।