Odia News Portal

ଉଦଘାଟିତ ହେଲା ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍

ଓଡ଼ିଶାର କ୍ରୀଡ଼ା ପ୍ରାଣକେନ୍ଦ୍ର କଳିଙ୍ଗ ଷ୍ଟାଡିୟମ ବର୍ତ୍ତମାନ ପାରା-ଆଥଲେଟମାନଙ୍କ ସାହସ ଏବଂ ସଂଘର୍ଷର କାହାଣୀରେ କମ୍ପୁଛି। ଭାରତୀୟ ପାରାଲିମ୍ପିକ୍ କମିଟି, ଓଡ଼ିଶା ସରକାର ଏବଂ ଓଡ଼ିଶା ପାରା ସ୍ପୋର୍ଟସ ଆସୋସିଏସନର ମିଳିତ ପ୍ରୟାସରେ ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୬ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଭବ୍ୟ କ୍ରୀଡ଼ା ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।ଏହି ଚାମ୍ପିଅନସିପରେ ନିଜର ପ୍ରତିଭା ଦେଖାଇବା ପାଇଁ ଦେଶର ୨୮ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୧୪୦୦ରୁ ଅଧିକ ପାରା-ଆଥଲେଟ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି। ଏହାସହ ବିଏସଏଫ୍ (BSF) ଏବଂ ଏସଏସସିବି (SSCB) ର ଖେଳାଳିମାନେ ମଧ୍ୟ ଏହି ପ୍ରତିଯୋଗିତାରେ ସାମିଲ ଅଛନ୍ତି। ଗର୍ବର ବିଷୟ ଯେ ଆୟୋଜକ ଓଡ଼ିଶାରୁ ୪୦ ଜଣ ଦକ୍ଷ କ୍ରୀଡ଼ାବିତ୍ ଏହି ଜାତୀୟ ସ୍ତରର ମଞ୍ଚରେ ରାଜ୍ୟ ପାଇଁ ପଦକ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛନ୍ତି।