Odia News Portal

ଇଂଲଣ୍ଡ ଯିବେ ପୃଥୀ, ଜୟନ୍ତ ଓ ସୂର୍ଯ୍ୟ

ନୂଆଦିଲ୍ଲୀ: ନୂଆଦିଲ୍ଲୀ : ଅଗଷ୍ଟ ୪ରୁ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳିବ। ତେବେ ସିରିଜ୍ ଆରମ୍ଭ ପୂର୍ବରୁ ଭାରତକୁ ଆଘାତଜନିତ ଝଟ୍କା ଲାଗିଛି। ଓପ୍ନର ଶୁବ୍ମାନ ଗିଲ୍, ଅଲ୍ରାଉଣ୍ଡର ୱାଶିଂଟନ ସୁନ୍ଦର ଓ ଅତିରିକ୍ତ ଖେଳାଳି ପେସ୍ ବୋଲର ଆଭେସ୍ ଖାଁ ଆହତ ହୋଇ ସିରିଜ୍ରୁ ବାଦ୍ପଡ଼ିଛି। ଶନିବାର ବିସିସିଆଇ ଉପରୋକ୍ତ ୩ ଖେଳାଳିଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରିଛି। ଓପ୍ନର ପୃଥ୍ବୀ ସ’, ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଓ ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର ଜୟନ୍ତ ଯାଦବ ବଦଳ ଖେଳାଳି ଭାବେ ଇଂଲଣ୍ଡ ଯିବେ। ମୁମ୍ବଇର ପୃଥ୍ବୀ ଓ ହରିୟାଣାର ଜୟନ୍ତ ଟେଷ୍ଟ କ୍ରିକେଟ୍ ଖେଳି ସାରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ କେବଳ ଭାରତ ପାଇଁ ଧଳାବଲ୍ କ୍ରିକେଟ୍ ଖେଳିଛନ୍ତି। ପୃଥ୍ବୀ ଓ ସୂର୍ଯ୍ୟକୁମାର ଏବେ ଶ୍ରୀଲଙ୍କାରେ ଖେଳୁଛନ୍ତି। ଅଫ୍ସ୍ପିନର ଜୟନ୍ତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଶତକ ହାସଲ କରିଛନ୍ତି।