Odia News Portal

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ସଫା

ଶ୍ରୀନଗର: ବିଗତ କିଛି ଦିନ ହେବ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଗତିବିଧି ବଢ଼ିଥିବା ଦେଖାଯାଇଛି। କୁଲଗାମ ଜିଲ୍ଲାରେ ସୁରକ୍ଷାବାହିନୀ ସହିତ ଆତଙ୍କବାଦୀମାନେ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାବାହିନୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ସଫା ହୋଇଯାଇଛନ୍ତି। ଜଣେ ପୁଲିସ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା।

ଏହି ଆଧାରରେ ଯବାନମାନେ ଚିମେର ଗାଁକୁ ଘେରାବନ୍ଦୀ କରି ତଲାସି ଅଭିଯାନରେ ଲାଗି ପଡ଼ିଥିଲେ। ସୁରକ୍ଷାବାହିନୀର କାର୍ଯ୍ୟାନୁଷ୍ଠାନ ଦେଖି ଆତଙ୍କବାଦୀମାନେ ବିଚଳିତ ହୋଇ ପଡ଼ିଥିଲେ ଏବଂ ଗୁଳି ମାରିବା ଆରମ୍ଭ କରିଦେଇଥିଲେ। ଆତଙ୍କବାଦୀଙ୍କୁ କଡ଼ା ଯବାବ ଦେଇଥିଲେ ଯବାନମାନେ। ପୁଲିସ ଅଧିକାରୀ କହିଛନ୍ତି ଯେ, ଆରମ୍ଭରୁ ୨ ଜଣ ଆତଙ୍କବାଦୀଙ୍କୁ ସଫା କରାଯାଇଥିଲା। ପରେ ଆଉ ଜଣେ ଆତଙ୍କବାଦୀ ସଫା ହୋଇଥିଲା। ଆତଙ୍କବାଦୀମାନଙ୍କର ପରିଚୟ ମିଳିପାରି ନାହିଁ।