Odia News Portal

ନୂଆପଡ଼ାରେ ୩୦ ଟିକିଆ ହାତିପଲର ଉତ୍ପାତ

କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ ଗ୍ରାମ ରେ ହାତୀ ଆତଙ୍କ । ବିରାଶାଳ ଠାରେ ଥିବା ଏୟାରଷ୍ଟ୍ରିପର ପାଚେରୀ ଭାଙ୍ଗିବା ସହ ଆତଙ୍କ ମଚେଇଲେ ତିନି ହାତୀ ।  ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ତିନି ଟିକିଆ ହାତୀପଲ ବିରାଶାଳ ଗ୍ରାମ ରେ ଆତଙ୍କ ସୃଷ୍ଟି କରିଥିବା ବେଳେ ନିକଟରେ ଥିବା ଏୟାରଷ୍ଟ୍ରିପ ର ପାଚେରୀକୁ ଭାଙ୍ଗିଦେଇଛନ୍ତି ।

ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ହାତୀ କୁ ଘଉଡ଼ାଇବା ପାଇଁ ଉଦ୍ୟମ କରୁଥିବା ବେଳେ ହାତୀ ପଲ ଏବେ ନିକଟରେ ଥିବା ବନ୍ଦାଣିଆ ଗ୍ରାମ ନିକଟରେ ରହିଛନ୍ତି । ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବା ବେଳେ ହାତୀ ପଲଙ୍କ ଆତଙ୍କ ଗ୍ରାମବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିବା ବେଳେ ଫସଲ ହାନି ହେବାର ସମ୍ଭାବନା ଦେଖାଦେଇଛି ।

ସେହିପରି,  ନୂଆପଡ଼ାରେ ହାତୀ ଆତଙ୍କ । ସୁନାବେଡା ଅଭୟାରଣ୍ୟର ତଳି ଅଞ୍ଚଳରେ ବୁଲୁଛନ୍ତି ୩୦ ଟିକିଆ ହାତୀପଲ । ଗତକିଛି ଦିନ ହେଳା ଛତିଶଗଡ଼ରୁ ଆସି ସୁନାବେଡ଼ା ଅଭୟାରଣ୍ୟରେ ଘୂରି ବୁଲୁଛନ୍ତି ।  ବିଭିନ୍ନ ଅଞ୍ଚଳରେ ଉପଦ୍ରବ କରୁଛନ୍ତି ଛତିଶଗଡ଼ି ହାତୀ ।  ଦିନରେ ଜଙ୍ଗଲ ଭିତରେ ଲୁଚି ରହୁଛନ୍ତି । ସନ୍ଧ୍ୟା ହେଲେ ପାଚିଳା ଧାନ କ୍ଷେତ ନଷ୍ଟ କରୁଛନ୍ତି ।

ହାତୀପଲଙ୍କ ଉପଦ୍ରବରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଆଜି ସକାଳୁ ହାତୀପଲ ସୁନାବେଡା ଅଭୟାରଣ୍ୟର ପାଟଦରା ଜଂଗଲ ଅଂଚଳକୁ ପ୍ରବେଶ କରିଛନ୍ତି । କୋମନା ବନବିଭାଗ କର୍ମଚାରୀ ଓ ସୁନାବେଡ଼ା ବନ୍ୟଜନ୍ତୁ ବିଭାଗ କର୍ମଚାରୀମାନେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବା ସହ ଘଉଡାଇବାକୁ ଉଦ୍ୟମ କରୁଛନ୍ତି । ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଡାକବାଜି ଯନ୍ତ୍ର ଦ୍ବାରା ସାବଧାନ ଓ ସତର୍କ ରହିବାକୁ ସଚେତନ କରୁଛନ୍ତି ।