Odia News Portal

ନିର୍ମାଣ ହେବ ୩୦ଟି ସାଇନ୍ସ ପାର୍କ

ଭୁବନେଶ୍ୱର: ଶନିବାର ବିଧାନସଭା ଗୃହର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାଇନ୍ସ ପାର୍କ ଖୋଲିବା ପାଇଁ ଆଲୋଚନା ହୋଇଥିଲା। ଏନେଇ ବିଧାୟକ ସନ୍ତୋଷ ସିଂ ସାଲୁଜା ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।ରାଜ୍ୟରେ ମୋଟ ୩୦ଟି ସାଇନ୍ସ ପାର୍କ କରାଯିବ। ଗୋଟିଏ ସାଇନ୍ସ ପାର୍କ ନିର୍ମାଣ ପାଇଁ ୩୦ ମାସ ସମୟ ଲାଗିବ। ପ୍ରଥମ ପର୍ଯ୍ୟାୟରେ ୧୦ ଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୧୦ ଟି ସାଇନ୍ସ ପାର୍କ ଖୋଲିବା ନେଇ ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ତେବେ ଏହାସହ ଭୁବନେଶ୍ୱର ଗୋଟିଏ ସାଇନ୍ସ ପାର୍କ ରହିଛି ।

ତେବେ ୩୦ଟି ଜିଲ୍ଲାରେ ୩୦ଟି ବିଜ୍ଞାନ କେନ୍ଦ୍ର ଖୋଲିବ ପାଇଁ ନିଷ୍ପତ୍ତି ହୋଇଛି। ସମସ୍ତ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ପୌର ସଂସ୍ଥାକୁ ହସ୍ତାନ୍ତର କରାଯିବ। ଭୁବନେଶ୍ୱରରେ ଗୋଟିଏ ସାଇନ୍ସ ପାର୍କ ରହିଛି। ଏହାସହ ୪ଟି ସ୍ଥାନରେ ସାଇନ୍ସ ପାର୍କ ନିର୍ମାଣ କରିବା ନେଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ବାରିପଦା କେଉଁଝର, ଗୋପାଳପୁର ଓ ରାୟଗଡ଼ାଠାରେ ସାଇନ୍ସ ପାର୍କ ହେବ । ଏହାସହ ରାଉରକେଲା ଏବଂ ବଲାଙ୍ଗୀରରେ ହେବାକୁ ଥିବା ସାଇନ୍ସ ପାର୍କ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।ଏହାଛଡ଼ା ୩୦ଟି ଜିଲ୍ଲାରେ ୩୦ଟି ବିଜ୍ଞାନ କେନ୍ଦ୍ର ଖୋଲିବ ପାଇଁ ନିଷ୍ପତ୍ତି ହୋଇଛି। ସମସ୍ତ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ପୌରସଂସ୍ଥାକୁ ହସ୍ତାନ୍ତର କରାଯିବ।

ବର୍ତ୍ତମାନ ରାଜ୍ୟରେ ଦୁଇଟି ପ୍ଲାନେଟୋରିୟମ କାର୍ଯ୍ୟକ୍ଷମ ରହିଛି। ସେହିଭଳି ବାରିପଦା, କେନ୍ଦୁଝର, ଗୋପାଳପୁର, ଓ ରାୟଗଡ଼ାରେ ପ୍ଲାନେଟୋରିୟମ ନିର୍ମାଣ କରିବା ପାଇପଲାଇନରେ ରହିଛି। ଅତୀତରେ ମୁଖ୍ୟମନ୍ତ୍ରୀ ରାଉରକେଲା ପ୍ରକଳ୍ପ ପାଇଁ ଶୁଭ ଦେଇଛନ୍ତି। ବଲାଙ୍ଗୀରରେ ହେବାକୁ ଥିବା ସାଇନ୍ସ ପାର୍କ ପାଇଁ ପ୍ରସ୍ତୁତି ଆରମ୍ଭ କରଯାଇଛି ବୋଲି ଗୃହରେ ଉତ୍ତର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।