ବାଲି ତଥା ଲଘୁ ଖଣିଜ ମାଫିଆଙ୍କୁ ନିସ୍ତାର ନାହିଁ । ଗୋଟିଏ ରାତିରେ ଜବତ ହେଲା ୩୦ ଗାଡି । ଆଠଗଡ଼ ଥାନା ଅଞ୍ଚଳରେ ଚୋରା ମେଟାଲ, ଚିପ୍ସ, ବାଲି ଚାଲାଣକାରୀଙ୍କ ଉପରେ କଡ଼ା ଆକ୍ସନ ନେଇଛନ୍ତି ଆଠଗଡ଼ ଉପ ଜିଲ୍ଲାପାଳ । ଗତକାଲି ଗୋଟିଏ ରାତିରେ ତିରିଶରୁ ଅଧିକ ଟ୍ରକ ଓ ହାଇୱା ଜବତ କରିଛି ପ୍ରଶାସନ । ଜବତ ଗାଡ଼ି ଗୁଡ଼ିକ ଆଠଗଡ ଓ ତିଗିରିଆ ଅଞ୍ଚଳରୁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଭୂସମ୍ପଦ ଚୋରା ଚାଲାଣ କରୁଥିଲେ । ଏନେଇ ଦୀର୍ଘ ଦିନ ହେଲା ଅଭିଯୋଗ ହୋଇ ଆସୁଥିବା ବେଳେ ଶେଷରେ ଆକ୍ସନ ନେଇଛି ପ୍ରଶାସନ ।
