Odia News Portal

୩୦୦ରୁ ଅଧିକ ବୁଲା କୁକୁରଙ୍କୁ ବିଷ ଦେଇ ମାରିଦେଲେ

ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ୩୦୦ରୁ ଅଧିକ ବୁଲା କୁକୁରଙ୍କୁ ବିଷ ଦେଇ ହତ୍ୟା କରାଯାଇଛି। ଏହାପରେ ଏତେ ସେମାନଙ୍କୁ ଗାଁରେ ଥିବା ଗୋଟିଏ ପରିତ୍ୟକ୍ତ ଖାତରେ ପୋତି ଦିଆଯାଇଛି। ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀରୁ ଏପରି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋଶାଲ ମିଡିଆରେ ଦାବି ତୀବ୍ର ହେବାରେ ଲାଗିଛି।- ପଶୁ ସୁରକ୍ଷା ଉପରେ କାମ କରୁଥିବା ଲଳିତା କହିଛନ୍ତି, ପଶ୍ଚିମ ଗୋଦାବରୀରେ ଥିବା ଲିଙ୍ଗାପାଲେମ ପଞ୍ଚାୟତ ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ ଚିନ୍ତାରେ ପଡ଼ିଥିଲା। ଗାଁ ଓ ଏହାର ଆଖପାଖ ଅଞ୍ଚଳରେ ବୁଲା କୁକୁରଙ୍କ ବଂଶ ନାଶ କରିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ। ତେବେ ସେମାନଙ୍କ ବନ୍ଧ୍ୟାକରଣ କରିବା ପରିବର୍ତ୍ତେ କୁକୁରମାନଙ୍କୁ ମାରିବା ପାଇଁ ସେମାନେ କିଛି ଲୋକଙ୍କୁ ଦାୟିତ୍ୱ ଦେଇଥିଲେ। ପଞ୍ଚାୟତର ନିର୍ଦ୍ଦେଶ ଅନୁଯାୟୀ କୁକୁରମାନଙ୍କୁ ବିଷ ଦିଆଯାଇଥିଲା। ଏହାପରେ ଏଗୁଡ଼ିକୁ ଗାଁ ନିକଟରେ ଥିବା ଖାତରେ ପୋତି ଦିଆଯାଇଥିଲା।