Odia News Portal

ବାରରେ ଦୁର୍ବୃତ୍ତଙ୍କ ଭଙ୍ଗାରୁଜା,୩୪ ଜଣଙ୍କୁ ଗିରଫ କଲା ପୋଲିସ

ରାଜଧାନୀ ଭୁବନେଶ୍ୱରରେ ବଢିବାରେ ଲାଗିଛି ଅପରାଧର ସଂଖ୍ୟା । ଗୋଟିଏ ପଟେ ହକି ପାଇଁ ସବୁଦିଗରେ ରାଜ୍ୟକୁ ଉନ୍ନତ କରିବା ପାଇଁ ପ୍ରଶାସନ ଚେଷ୍ଟା କରୁଥିବା ବେଳେ ଅପରାଧ କମ କରିବା ପାଇଁ ଚେଷ୍ଟା କରୁଛି ବିଭାଗ । ତେବେ ଏହା ମଧ୍ୟରେ ଚନ୍ଦ୍ରଶେଖରପୁରର ଏକ ବାରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ବାର୍ ଭିତରେ ପଶି ଭଙ୍ଗାରୁଜା କରିବା ସହ ବିଭିନ୍ନ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲେ ଦୁର୍ବୃତ୍ତ ।

ତେବେ ଏମାନଙ୍କ ମଧ୍ୟର ଅଧିକାଂଶ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା କହିଛନ୍ତି ଏସିପି । ମୋଟ ୩୪ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ କିଛି ଏବେ ବି ଫେରାର ରହିଛନ୍ତି । ଏହାସହିତ ସେମାନେ ବ୍ୟବହାର କରିଥିବା ବସକୁ ମଧ୍ୟ ପୋଲିସ ଜବତ କରିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଇଞ୍ଜିୟରିଙ୍ଗ ପିଲା ଏବଂ ଏମବିଏ ଛାତ୍ର ମଧ୍ୟ ସାମିଲ ରହିଥିବା ପୋଲିସ ସୂଚନା ଦେଇଛି ।