Odia News Portal

ବିଧାନସଭାରେ ପଶିଲା କୋରୋନା

ମହାରଷ୍ଟ୍ର ବିଧାନ ସଭା ଶୀତ ଅଧିବେଶନରେ ପଶିଲା କୋରନା । ଅଧିବେଶନ ଆରମ୍ଭର ମାତ୍ର ୨ ଦିନରେ ୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କୋଭିଡ ଆକ୍ରାନ୍ତଙ୍କ ମଧ୍ୟରେ ୨ ମନ୍ତ୍ରୀ ଓ ଜଣେ ବିଧାୟକ ଥିବା ମଧ୍ୟ ଜଣାପଡିଛି। ଆରଟିପିସିଆର ପରୀକ୍ଷଣରେ ମନ୍ତ୍ରୀ କେ.ସି.ପାଡଭୀ, ବର୍ଷା ଗାୟକୱାଡ ଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ବିରୋଧୀ ବିଜେପି ବିଧାୟକ ସମୀର ମେଘେ ମଧ୍ୟ ସଂକ୍ରମିତ ଅଛନ୍ତି ।
ବିଧାୟକ ଓ ମନ୍ତ୍ରୀଙ୍କ ବ୍ୟତୀତ ବିଧାନସଭା ପରିସରକୁ ଆସିଥିବା ୩ ଜଣ ସାମ୍ବାଦିକ, ପୋଲିସ କର୍ମଚାରୀ, ବିଧାନମଣ୍ଡଳ ଓ ମନ୍ତ୍ରାଳୟର କର୍ମଚାରୀ ମୋଟ ୩୫ ଜଣ ମଧ୍ୟ ହୋଇଛନ୍ତି । କେ.ସି ପାଡଭୀ ଆଦିବାସୀ ବିକାଶମନ୍ତ୍ରୀ ଓ କଂଗ୍ରେସ ବିଧାୟକ। ତେବେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାର ଅସୁସ୍ଥ ଅନୁଭବ ହେଉ ନଥିବା ଓ ନିଜ ଘରେ ନିଜକୁ ଆଇସୋଲେଟ କରିଥିବା କହିଛନ୍ତି।
ତେବେ ଶିକ୍ଷାମନ୍ତ୍ରୀ ବର୍ଷା ଗାୟକୱାଡ ଦ୍ୱିତୀୟବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ନିଜକୁ ଘରେ କ୍ୱାରେଣ୍ଟାଇନ କରିଥିବାର ଟ୍ୱିଟ୍ରେ ଜଣାଇଥିବା ବେଳେ କୌଣସି ଶାରୀରିକ ସମସ୍ୟା ଅନୁଭବ କରୁନଥିବାର କହିଛନ୍ତି। ତେବେ ବିଜେପି ବିଧାୟକ ସମୀର ମେଘେ ନାଗପୁରରେ ନିଜର ପରୀକ୍ଷଣ କରାଇଥିବା ବେଳେ ପଜିଟିଭ ଚିହ୍ନଟ ହେବାରୁ ତୁରନ୍ତ ବିଧାନସଭା ସଚିବଙ୍କୁ ସୂଚିତ କରିଥିଲେ। ଏଥିରେ ବିଧାନସଭାରେ କୋଭିଡ ପରୀକ୍ଷଣ କରାଯାଇଥିବା ବେଳେ ମୋଟ ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।