Odia News Portal

ମିଳୁନାହିଁ ୪ ବ୍ରିଟେନ ଫେରାନ୍ତଙ୍କ ପତ୍ତା

୬୨ ବ୍ରିଟେନ ଫେରାନ୍ତଙ୍କ ମଧ୍ୟରୁ ମିଳୁନି ୪ ଜଣଙ୍କ ପତ୍ତା । ବିଏମ୍‌ସି ଅଞ୍ଚଳକୁ ବ୍ରିଟେନରୁ ମୋଟ ୬୨ ଜଣ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ପତ୍ତା ମିଳିପାରି ନାହିଁ। ଏହା କହିଛନ୍ତି ଖୋଦ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । କିନ୍ତୁ ଖୋଜାଖୋଜି ଜୋରସୋରରେ ଚାଲିଥିବା ବେଳେ ସନ୍ଧ୍ୟା ସୁଦ୍ଧା ସେମାନଙ୍କ ପତ୍ତା ମିଳିଯିବ ବୋଲି କହିଛନ୍ତି କମିଶନର ।

ବିଏମ୍‌ସି କମିଶନରଙ୍କ କହିବାନୁଯାୟୀ, ୮୮ ବ୍ରିଟେନ ଫେରନ୍ତାଙ୍କ ତାଲିକା ମିଳିଥିବା ବେଳେ ସେଥିମଧ୍ୟରୁ କିଛି ନାଁ ରିପିଟ୍‌ ରହିଥିଲା । ବିଏମ୍‌ସି ଅଞ୍ଚଳକୁ ମୋଟ ୬୨ ଜଣ ବ୍ରିଟେନରୁ ଆସିଛନ୍ତି। ସେଥି ମଧ୍ୟରୁ ୬୨ରୁ ୪ ଜଣଙ୍କୁ ଠାବ ହୋଇପାରି ନାହାନ୍ତି। ଏଯାବତ ୫୦ ଜଣଙ୍କ ଟେଷ୍ଟିଂ ଶେଷ ହୋଇଛି, ବାକି ଟେଷ୍ଟ ଆଜି କରାଯିବ । ରିପୋର୍ଟ ପଜିଟିଭ ଆସିଲେ ସାମ୍ପଲ ପରୀକ୍ଷା ପାଇଁ ପୁନେ ପଠାଯିବ ବୋଲି କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।ତେବେ ଭାରତରେ କରୋନାର ନୂଆ ଷ୍ଟ୍ରେନ୍ ଦ୍ୱାରା ଆକ୍ରାନ୍ତ ୨୦ଟି ମାମଲା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।