Odia News Portal

ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ କୋରୋନାର ଦୈନିକ ସଂକ୍ରମଣ ଉପର-ତଳ ହେଉଛି । ୪ ଶହରୁ କମ୍ ରହିବା ପରେ ଗତ ୨୪ ଘଣ୍ଟାରେ ପୁଣି ବଢିଛି ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ଆଉ ୪୪୩ ନୂଆ ଆକ୍ରାନ୍ତ । ନୂଆ ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ଅଛନ୍ତି ୭୫ ଜଣ ଶିଶୁ ଓ କିଶୋର । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ଚିହ୍ନଟ ହୋଇଛନ୍ତି ୨୭ ଆକ୍ରାନ୍ତ । ମୟୂରଭଞ୍ଜ ଜିଲ୍ଲାରୁ ୨୦,ବାଲେଶ୍ୱରରୁ ୧୪, ପୁରୀରୁ ୧୩, ସୁନ୍ଦରଗଡରୁ ୧୧, ଯାଜପୁରରୁ ୧୧, କେନ୍ଦ୍ରାପଡାରୁ ୧୦, ଜଗତସିଂହପୁରରୁ ୭, ସମ୍ବଲପୁରରୁ ୬, ଭଦ୍ରକରୁ ୫, କୋରାପୁଟରୁ ୪, ନୟାଗଡରୁ ୪, ବଲାଙ୍ଗିରରୁ ୩, ରାୟଗଡାରୁ ୨, ବରଗଡରୁ ୨, ଅନୁଗୁଳରୁ ୧, ଗଞ୍ଜାମରୁ ୧, କଳାହାଣ୍ଡିରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ଟି ଜିଲ୍ଲାରୁ କୌଣସି ନୂଆ ରିପୋର୍ଟ ଆସିନାହିଁ ।