ଜଗତସିଂହପୁର ଜିଲ୍ଲାରେ ବଢ଼ିଚାଲିଛି ବାଲି ମାଫିଆଙ୍କ ଚୋରା ବାଲି ଚାଲାଣ।ଆଳିପିଙ୍ଗଳ ବାଲିଘାଟ ରୁ ରାତିରେ ଚୋରିହେଉଛି ଶହଶହ ଟ୍ରୀପ୍ ବାଲି।ଚୋରା ବାଲି ମାଫିଆଙ୍କ କବଜାରେ ଆଳିପିଙ୍ଗଳ ବାଲିଘାଟ।ସରକାରୀ କାଗଜ ପତ୍ର ନଥାଇ ଚାଲିଛି ବାଲି ଚାଲାଣ।ମାଲାମାଲ ହେଉଛନ୍ତି ବାଲି ମାଫିଆ।ସବୁଦେଖି ଚୁପ ରହିଛି ଖଣି ବିଭାଗ।ଚୋରା ବାଲି ଚାଲାଣ ଯୋଗୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି ସରକାର।ରାତି ହେଲେ ସକ୍ରିୟ ହେଉଛନ୍ତି ବାଲି ମାଫିଆ।କାଗଜ ପତ୍ର ନଥାଇ ରାତିରେ ନଦୀ ଶଯ୍ୟାରୁ ନେଇଯାଉଛନ୍ତି ଶହଶହ ଟ୍ରିପ ବାଲି।ସବୁ ଜାଣି ନୀରବଦ୍ରଷ୍ଟା ସାଜିଛି ଖଣିବିଭାଗ ଓ ରାଜସ୍ବ ବିଭାଗ।ବାଲି ମାଫିଆଙ୍କ ଚୋରା ବାଲିଚାଲାଣ ଖବର ପ୍ରସାରଣ ପରେ ନିଦ ଭାଙ୍ଗୁନି ଖଣି ବିଭାଗର।ଚୋରା ବାଲି ଚାଲାଣ ଗାଡ଼ିକୁ ପୋଲିସ ପେଟ୍ରିଲିଂ କରି ଧରୁଛି ହେଲେ ଟେରେ ପାଉନି ଖଣି ବିଭାଗ।ସରକାରୀ ସ୍ତରରେ ବାଲି ଶୈରାତ ର କାଗଜ ପତ୍ର ହୋଇତ୍ନଥିବା ବେଳେ ଜିଲ୍ଲାର ବିଭିନ୍ନ ବାଲି ଘାଟରୁ କିଭଳି ଭାବରେ ବାଲି ଚାଲାଣ ହେଉଛି ।ବାଲି ମାଫିଆ ଓ ଖଣି ବିଭାଗର ମଧୁ ଚନ୍ଦ୍ରିକରେ ଚାଲିଛି ବାଲି ଚୋରାଚାଲାଣ।ଚୋରା ବାଲି ଚାଲାଣ ଯୋଗୁ ସରକାରୀ ରାଜସ୍ବ ହାନି ହେଉଥିବା ବେଳେ ମାଲା ମାଲ ହେଉଛନ୍ତି ଜିଲ୍ଲା ଖଣି ବିଭାଗର ଅଧିକାରୀ।ସବୁ ଜାଣି ଚୁପ ରହୁଛନ୍ତି ଖଣି ଅଧିକାରୀ। ଦୈନିକ ସହସହ ଟ୍ରିପ୍ ବାଲି ବିନା କାଗଜ ପତ୍ରରେ ଚୋରା ଚାଲାଣ ହେଉଥିବା ବେଳେ ସବୁ ଦେଖି ନଦେଖିଲା ଭଳି କାର୍ଯ୍ୟକରୁଛି ଜିଲ୍ଲା ଖଣି ବିଭାଗ।ଦୀର୍ଘ ଦିନ ଧରି ବାଲି ଚୋରା ଚାଲାଣ ହେଉଥିବା ନେଇ ଖବର ପ୍ରସାରଣ ହୋଇ ଆସୁଥିବା ବେଳେ ଆକ୍ସନ ମୋଡ଼ ରେ ରହିଛି ଜଗତସିଂହପୁର ପୋଲିସ ।ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା ପୋଲିସ ବିଭାଗର ଯୁବ ଆଇପିଏସ ତଥା ଜଗତସିଂହପୁର ଏସ୍ଡ଼ିପିଓ ଆଯିଙ୍କ୍ୟା ମାଣେ ଙ୍କ ନେତୃତ୍ୱରେ ଏକ ଟିମ ବାଲି ଚୋରା ଚାଲାଣ ହେଉଥିବା ସମୟରେ ଅତର୍କିତ ଭାବେ ଚଢ଼ାଉ କରି ବାଲି ଚୋରା ଚାଲାଣ କରୁଥିବା ଦୁଇଟି ହାଇୱା ଜବତ କରି ଜଗତସିଂହପୁର ଥାନା କୁ ଆଣି ଘଟଣା ର ତଦନ୍ତ ଆରମ୍ଭ କରିଛି।ତେବେ ଏହି ବାଲି କେଉଁ ଘାଟରୁ କିଏ ବିକ୍ରି କରିଛନ୍ତି ଓ ବାଲି ବିକ୍ରିର କାଗଜ ପତ୍ର ଅଛିକି ନାହିଁ ଏହାର ତଦନ୍ତ କରୁଛି ପୋଲିସ।ତେବେ ଜିଲ୍ଲାର ବିଭିନ୍ନ ବାଲି ଶୈରାତ ରୁ ବାଲି ଉଠାଇବା ନିମନ୍ତେ ସରକାରୀ ସ୍ତରରେ କୌଣସି ଅନୁମତି ମିଳି ନଥିବା ବେଳେ କିଭଳି ଭାବରେ ସୈରାତ ରୁ ଶହଶହ ଟ୍ରୀପ ବାଲି ଚୋରାରେ ବିକ୍ରିହେଉଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
