Odia News Portal

ଶେରଗଡ ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରି ସ୍ମାର୍ଟ କ୍ଲାସର ସ୍ଥିତି ପରଖିଲେ ୫-ଟି ସଚିବ

ଗଞ୍ଜାମ: ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ୫-ଟି ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ତଥା ହିଞ୍ଜିଳିରେ ଗତକାଲି କିଛି ସ୍କୁଲକୁ ଯାଇ ପରିଦର୍ଶନ କରିବା ସହ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ । ତେବେ ଆଜି ଶେରଗଡ଼ ବ୍ଲକର ୨୭ଟି ସ୍କୁଲର ଟ୍ରାନସଫରମେସନ କାର୍ଯ୍ୟ ବୁଲି ଦେଖିବେ । ଏହି ପରିଦର୍ଶନ ସମୟରେ ସେ ବର୍ତ୍ତମାନ ଚାଲିଥିବା ସ୍କୁଲ ଟ୍ରାନସଫରମେସନ କାର୍ଯ୍ୟର ତଦାରଖ କରିବେ । ଏହି ସମୟରେ ସେ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକମାନଙ୍କ ସହ ଶିକ୍ଷା କ୍ଷେତ୍ରରେ ହେବାକୁ ଯାଉଥିବା ଟ୍ରାନସଫରମେସନ ସଂପର୍କରେ ଆଲୋଚନା।କରିବେ । ପାଣ୍ଡିଆନଙ୍କ ଏହି ଗସ୍ତରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୄତା କୁଲାଙ୍ଗେ ଉପସ୍ଥିତ ଅଛନ୍ତି ।

୫-ଟି ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଶେରଗଡର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି । ସ୍ମାର୍ଟ ସ୍କୁଲର ସ୍ଥିତି ପରଖିଛନ୍ତି । ସ୍ମାର୍ଟ କ୍ଲାସ ଓ ଲାଇବ୍ରେରୀ କାମର ତଦାରଖ କରିଛନ୍ତି ୫-ଟି ସଚିବ । ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ଭି.କେ ପାଣ୍ଡିଆନ୍ । ଏ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ସହ ବିଚାରବିମର୍ଷ କରିଛନ୍ତି ୫-ଟି ସଚିବ । ସ୍ମାର୍ଟ କ୍ଲାସରୁମ ପାଇଁ ସ୍କୁଲ କ୍ୟାମ୍ପସ ଆଧୁନିକୀକରମ ହେଉଥିବା ବେଳେ ଡିଜିଟାଲ ହେଉଛି କ୍ଲାସ ରୁମ୍ ଓ ପାଠାଗାର । ପ୍ରତି କ୍ଲାସରୁମ ପାଇଁ ଖର୍ଚ୍ଚ ହେଉଛି ୪୫ ଲକ୍ଷ ଟଙ୍କା ।