Odia News Portal

ଆଜି ରାଜଧାନୀରୁ ୫୮୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ସଂକ୍ରମଣ ଭୟ । ତେବେ ଆଜି ଭୁବନେଶ୍ୱରରେ ୫୮୧ ପଜିଟିଭ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୭୦ ଜଣ ଲୋକାଲ କେସ ଚିହ୍ନଟ ହୋଇଥିବା ବେଳେ ୧୧୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ ୨୦୪ ଜଣ ସଂକ୍ରମିତ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜଧାନୀର ଅଶୋକ ନଗର, ଚିନ୍ତାମଣିଶ୍ୱର, ଡୁମୁଡୁମା, ଇନଫୋସିଟି, ବଡଗଡ, ବରମୁଣ୍ଡା, ବମିଖାଲ, ଚନ୍ଦ୍ରଶେଖରପୁର, କଳିଙ୍ଗନଗର, ଖଣ୍ଡଗିରି, ଆଇଆରସି ଭିଲେଜ ଓ ସହିଦ ନଗର ଅଞ୍ଚଳରୁ ପିଜିଟିଭ ଚିହ୍ନଟ ହୋଉଛନ୍ତି । ଭୁବନେଶ୍ୱରରୁ ପଜିଟିଭ ସଂଖ୍ୟା ବଢୁଥିବାରୁ ଏହା ବିଏମସି ପାଇଁ ଚିନ୍ତାର କାରଣ ପାଲଟିଛି ।