Odia News Portal

5ଟି ସଚିବ ଭି କେ ପାଣ୍ଡିଆନଙ୍କୁ ହକି ଇଣ୍ଡିଆ ତରଫରୁ ବଡ଼ ସମ୍ମାନ

ଭୁବନେଶ୍ୱର: ଓଡିଶା ହକିରେ ଉଲ୍ଲେଖନୀୟ ଅବଦାନ ଏବଂ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କାର୍ତ୍ତିକେୟାନ୍ ପାଣ୍ଡିଆନଙ୍କୁ ହକି ଇଣ୍ଡିଆ ତରଫରୁ ଏଫଆଇଏଚ୍ ପ୍ରେସିଡେଣ୍ଟ୍ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି | ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏଫ୍‌ଆଇଏଚ୍‌ର ୪୭ ତମ ସମ୍ମିଳନୀରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । 

ଏନେଇ ହକି ଇଣ୍ଡିଆ ତରଫରୁ ଟ୍ୱିଟ୍ ଯୋଗେ ଏହି ସୂଚନା ପ୍ରଦାନ କରାଯିବା ସହିତ ଶୁଭେଚ୍ଛା ଜଣାଇଛି ହକି ଇଣ୍ଡିଆ।ହକିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଯେଉଁଥି ପାଇଁ ସେ ଏହି ପୁରସ୍କାର ପାଇବାକୁ ହକଦାର ବୋଲି କୁହାଯାଇଛି । ଏଥିସହିତ ହକି ଇଣ୍ଡିଆ ପକ୍ଷରୁ ମଧ୍ୟ ଟ୍ୱିଟ୍ ଯୋଗେ ଶ୍ରୀ ପାଣ୍ଡିଆନ୍‌ଙ୍କୁ ଶୁଭେଚ୍ଛା ଜଣାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୨୦୨୩ରେ ଓଡ଼ିଶା ବିଶ୍ୱକପ୍ ହକି ଆୟୋଜନ କରିବ । ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପର ସମସ୍ତ ମ୍ୟାଚ୍ ଖେଳାଯିବ । ଏ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ୨୦୨୩ ପୂର୍ବରୁ ହକି ସମସ୍ତ କାର୍ଯ୍ୟ କିପରି ଶୀଘ୍ର ସରିବ ସେଥିନେଇ ଶ୍ରୀ ପାଣ୍ଡିଆନଙ୍କ ପ୍ରୟାସ ପ୍ରଶଂସନୀୟ । ପୂର୍ବରୁ ଓଡ଼ିଶା ୨୦୧୮ରେ ସଫଳତାର ସହିତ ହକି ବିଶ୍ୱକପ୍ ଆୟୋଜନ କରିଥିଲା । ଏହାବାଦ ଆହୁରି ବଡ ବଡ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରି ବିଶ୍ୱ ହକି ମାନଚିତ୍ରରେ ଓଡ଼ିଶା ସ୍ଥାନ ପାଇଥିଲା । ନବୀନ ପଟ୍ଟନାୟକଙ୍କ ହକି ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ପାଇଁ ଦିନରାତି ପରିଶ୍ରମ କରି ଚାଲିଛନ୍ତି ଭି କେ ପାଣ୍ଡିଆନ୍ ।