Odia News Portal

ଛାତ୍ରଛାତ୍ରୀଙ୍କ ସହ ୫-ଟି ସଚିବଙ୍କ ଭାବବିନିମୟ

.. ଜୀବନର ଲକ୍ଷ୍ୟ ଏବଂ ନେତୃତ୍ଵ ବିଷୟରେ ପଚାରି ବୁଝିଲେ
. ସ୍କୁଲ୍ ସମସ୍ୟା ଓ ଉନ୍ନତିକରଣ ନେଇ ଆଲୋଚନା

ନୀଳଗିରି : ୫-ଟି ସଚିବ ଭି କେ ପାଣ୍ଡିଆନ ଶୁକ୍ରବାର ବାଲେଶ୍ଵର ଜିଲ୍ଲା ନୀଳଗିରି କେସି ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ କଥାବାର୍ତ୍ତା ହୋଇ ସ୍କୁଲର ସମସ୍ୟା ଓ ଉନ୍ନତିକରଣ ବିଷୟରେ ପଚାରି ବୁଝିଛନ୍ତି। ନୀଳଗିରି ବ୍ଲକ ପରିସରରେ ଥିବା ଭିଡିଓ କନଫରେନ୍ସ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀଳଗିରି ବିଡ଼ିଓ ଅନିତା ନାୟକ, ବିଇଓ ଶମ୍ଭୁନାଥ ଗୋଛାୟତ, ନୀଳଗିରି ଏନଏସି ନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକ, କେସି ହାଇସ୍କୁଲ ପ୍ରଧାନଶିକ୍ଷକ ଭୀମସେନ ବିଶ୍ୱାଳ, ଶିକ୍ଷକ ଅନନ୍ତ ରଣାଙ୍କ ସମେତ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

୫ଟି ସଚିବ ସ୍କୁଲର ସମସ୍ୟା ଓ ତାର ସମାଧାନ ନେଇ ଆଲୋଚନା କରିଥିଲେ। ଛାତ୍ର ସ୍ମୃତି ଗୌରବ ମହଲ ଓ ଛାତ୍ରୀ ଶ୍ୱେତାସ୍ନିଗ୍ଧା ମହାରଣାଙ୍କୁ ଜୀବନର ଲକ୍ଷ୍ୟ ଏବଂ ନେତୃତ୍ଵ ବିଷୟରେ ପଚାରି ଥିଲେ। ପୁରାତନ ଛାତ୍ର ମନୋରଂଜନ ବେହେରା ଖେଳ ପଡ଼ିଆ, ସ୍ମାର୍ଟ କ୍ଳାସ, ବିଦ୍ୟାଳୟର ସ୍ୱଚ୍ଛତା ଓ ଉପକରଣ ନେଇ ୫ ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟତମ ପୁରାତନ ଛାତ୍ର ମାୟାଧର ମହାନ୍ତି, ରାଜେନ୍ଦ୍ର ଜେନା, ରବିନ୍ଦ୍ର ପରିଡା ବିଦ୍ୟାଳୟର ଉନ୍ନତିକରଣ ନେଇ ଆଲୋଚନା କରିଥିଲେ।

ଇ ଲାଇବ୍ରେରୀ,ବିଜ୍ଞାନଗାର, ସ୍କିଲ ଡେଭଲମେଣ୍ଟ ନେଇ ଛାତ୍ରଛାତ୍ରୀ ବିଷଦ ଆଲୋଚନା ପରେ ୫ ଟି ସଚିବ ଉନ୍ନତିକରଣ ନେଇ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।