Odia News Portal

ପୋଲିସ-ନକ୍ସଲ ଗୁଳି ବିନିମୟରେ ୬ ନକ୍ସଲ ନିହତ

ମାଲକାନଗିରି: ପୋଲିସ-ନକ୍ସଲ ଗୁଳି ବିନିମୟ ହୋଇଛି । ଏଥିରେ ୬ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଶାଖାପାଟଣା ଜିଲ୍ଲା କୋୟ ଗାଁରେ ଘଟିଛି ଏଭଳି ଗୁଳି ବିନିମୟ । କମ୍ବିଂ ଅପରେସନ ଚାଲିଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିବା ସୂଚନା ଦେଲେ ବିଶାଖାପାଟଣା ଗ୍ରାମାଞ୍ଚଳ ଏସପି । ଏବେ ମଧ୍ୟ କମ୍ବିଂ ଅପରେସନ ଜାରି ରହିଛି । ନକ୍ସଲଙ୍କ ନିକଟରୁ ଗୋଟିଏ ଏକେ ୪୭, ଏସଏଲଆର, ୩ଟି ଥ୍ରି ନଟ୍ ଥ୍ରୀ ରାଇଫଲ ଜବତ କରାଯାଇଛି ।